ଝାରସୁଗୁଡ଼ାରେ ମତଦାନ ଶେଷ, ସଂଧ୍ୟା ୫ଟା ସୁଦ୍ଧା ଭୋଟ ହାର ୬୮ ଦଶମିକ ୧୨ ପ୍ରତିଶତ

ଝାରସୁଗୁଡ଼ା – ଝାରସୁଗୁଡ଼ା ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ଆଜି ଭୋଟ ଗ୍ରହଣ ହୋଇଛି । ଅପରାହ୍ନ ୫ଟା ସୁଦ୍ଧା ୬୮.୧୨ ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି । ସଂଧ୍ୟା ୬ଟାରେ ମତଦାନ ଶେଷ ହୋଇଛି। କଡା ସୁରକ୍ଷା ମଧ୍ୟରେ ସକାଳ ୭ଟାରୁ ଆରମ୍ଭ ହୋଇଥିଲା ମତଦାନ। ମତଦାନ ପାଇଁ ୨୫୩ଟି ବୁଥ ପ୍ରତିଷ୍ଠା କରାଯାଇଥିଲା । ସବୁ ବୁଥରେ ୱେବ କାଷ୍ଟିଂ କରାଯାଇଛି । ୯ ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଥିଲେ ମଧ୍ୟ ପ୍ରତିଦ୍ବନ୍ଦିତା ମୁଖ୍ୟତଃ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ହେଉଛି। ଦିବଂଗତ ମନ୍ତ୍ରୀ ନବକିଶୋର ଦାସଙ୍କ ଝିଅ ବିଜେଡି ପ୍ରାର୍ଥୀ ଭାବେ ଲଢୁଛନ୍ତି । ବିଜେପି ପକ୍ଷରୁ ଟଙ୍କଧର ତ୍ରିପାଠୀ ଓ କଂଗ୍ରେସରୁ ତରୁଣ ପାଣ୍ଡେ ପ୍ରାର୍ଥୀ ହୋଇଛନ୍ତି। ଆସନ୍ତା ୧୩ ତାରିଖ ଦିନ ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ ।

Comments are closed.