ଅତି ଭୀଷଣ ସାମୁଦ୍ରିକ ବାତ୍ୟାରେ ପରିଣତ ହେଲା ‘ମୋକା’

ଭୁବନେଶ୍ୱର – ଅତି ଭୀଷଣ ସାମୁଦ୍ରିକ ବାତ୍ୟାରେ ପରିଣତ ହୋଇଛି ‘ମୋକା’। ଆଜି ସକାଳ ୫ଟା ୩୦ ମିନିଟ ସୁଦ୍ଧା ‘ମୋକା’ କେନ୍ଦ୍ରୀୟ ଓ ତତ୍‌ସଂଲଗ୍ନ ଦକ୍ଷିଣପୂର୍ବ ବଙ୍ଗୋପସାଗର ଉପରେ କେନ୍ଦ୍ରୀଭୂତ ହୋଇ ରହିଥିବା ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି।

ମେ’ ୧୪ ତାରିଖ ମଧ୍ୟାହ୍ନ ବେଳକୁ ଏହି ବାତ୍ୟା ଦକ୍ଷିଣପୂର୍ବ ବାଂଲାଦେଶ ଓ ଉତ୍ତର ମିଆଁମାର ଉପକୂଳ ଅତିକ୍ରମ କରିବାର ସମ୍ଭାବନା ଅଛି। ସେତେବେଳେ ଘଣ୍ଟାପ୍ରତି ୧୭୫ କିଲୋମିଟର୍‌ ବେଗର ଦଲକା ସହିତ ଘଣ୍ଟାପ୍ରତି ୧୫୦ରୁ ୧୬୦ କିଲୋମିଟର୍ ବେଗରେ ବତାସ ପ୍ରବାହିତ ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।

ଏହି ସାମୁଦ୍ରିକ ବାତ୍ୟାର ନାମକରଣ କରିଛି ୟେମେନ୍‌। ୟେମେନ୍‌ର ବନ୍ଦର ନଗରୀ ‘ମୋକ୍‌ହା’ର ନାମାନୁସାରେ ଏହି ବାତ୍ୟାର ନାମକରଣ କରାଯାଇଛି।

Comments are closed.