ରାଜ୍ୟରେ ଗ୍ରୀଷ୍ମପ୍ରବାହ: ୧୪ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଉପରେ, ଝାରସୁଗୁଡ଼ା ଉତ୍ତପ୍ତ ସହର

ଭୁବନେଶ୍ୱର – ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଆଜି ରାଜ୍ୟର ୧୪ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ବା ଏହାଠାରୁ ଅଧିକ ରହିଛି। ୪୩.୮ ଡିଗ୍ରୀ ସେଲସିୟସ ସହ ଝାରସୁଗୁଡ଼ା ସବୁଠୁ ରାଜ୍ୟର ଉତ୍ତପ୍ତ ସହର ହୋଇଛି। ବଲାଙ୍ଗିରରେ ୪୨.୨, ଟିଟିଲାଗଡ଼ରେ ୪୨, ସୁନ୍ଦରଗଡ଼ରେ ୪୧.୮ ଡିଗ୍ରୀ,ତାଳଚେରରେ ୪୧.୬, ସୋନପୁରରେ ୪୧.୪, ସମ୍ବଲପୁରରେ ୪୧.୩ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି। ଅନୁଗୁଳ ଓ ହୀରାକୁଦରେ ତାତି ୪୧.୧ ଡିଗ୍ରୀ ସେଲସିୟସ ରହିଥିବା ବେଳେ ଭବାନୀପାଟଣା, ମାଲକାନଗିରି ଓ ରାଉରକେଲାରେ ୪୧ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ବୌଦ୍ଧରେ ୪୦.୮, ବରଗଡ଼ରେ ୪୦.୨, ଭୁବନେଶ୍ବରରେ ୩୯.୪ ଡିଗ୍ରୀ, କଟକରେ ୩୮.୫ ଡିଗ୍ରୀ ସେଲ୍‌ସିଅସ ରେକର୍ଡ କରାଯାଇଛି।

Comments are closed.