ଗ୍ରାହକ ବେଶରେ ଆସି ଗହଣା ଶୋ’ ରୁମରେ କଳାକନା ବୁଲାଇଲେ ଡକାୟତ

ଯାଜପୁର – ଦିନ ଦିପ୍ରହରେ ଗହଣା ଶୋ’ ରୁମରୁ ଲୁଟ୍ । ଯାଜପୁର ଜିଲ୍ଲା ବ୍ୟାସନଗର ବଜାରରେ ଥିବା ଏକ ଗହଣା ଶୋ’ ରୁମ୍‌ରେ ଲୁଟ୍ ହୋଇଛି। କର୍ମଚାରୀଙ୍କୁ ମାଡ଼ ମାରି ଡକାୟତମାନେ ବିପୁଳ ପରିମାଣର ଗହଣା ସହ ଲକ୍ଷାଧିକ ଟଙ୍କା ଲୁଟି ନେଇ ପଳାଇ ଯାଇଛନ୍ତି।୭ ଜଣ ଡକାୟତ ବନ୍ଧୁକ ମୁନରେ ପ୍ରଥମେ କର୍ମଚାରୀଙ୍କୁ ଡରାଇ ଧମକାଇବା ସହ ଗହଣା ଲୁଟିଥିଲେ । ଦିନ ସାଢ଼େ ୧ଟାରୁ ୨ଟା ଭିତରେ ଏହି ଡକାୟତି ହୋଇଛି। ଡକାୟତମାନେ ଗ୍ରାହକ ବେଶରେ ଆସି ଶୋ’ ରୁମ୍‌ରେ ପଶିଥିଲେ । ଶୋ’ ରୁମ୍‌ରେ ଥିବା ଗ୍ରାହକ ଓ କର୍ମଚାରୀଙ୍କୁ ମାଡ଼ ମାରି ଲୁଟ୍‌ପାଟ୍ କରିଥିଲେ। ସିକ୍ୟୁରିଟି ଗାର୍ଡର ବନ୍ଧୁକ ଛଡ଼ାଇ ମଧ୍ୟ ଭାଙ୍ଗି ଦେଇଛନ୍ତ ଡକାୟତ। ଡକାୟତଙ୍କ ମାଡ଼ରେ ଶୋ’ ରୁମ୍‌ର ଦୁଇଜଣ କର୍ମଚାରୀ ଆହତ ମଧ୍ୟ ହୋଇଛନ୍ତି। କେତେ ଟଙ୍କାର ଗହଣା ଲୁଟ୍ ହୋଇଛି, ତାହା ଜଣାପଡ଼ିନାହିଁ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି। ଏହି ଘଟଣା ସ୍ଥାନୀୟ ଅଂଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

Comments are closed.