ଜାତୀୟ ଜଳ ଶକ୍ତି ପୁରସ୍କାରରେ ଗଞ୍ଜାମ ଶ୍ରେଷ୍ଠ ଜିଲ୍ଲା, ଟିମ୍ ଗଞ୍ଜାମକୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ 

ନୂଆଦିଲ୍ଲୀ – ଜାତୀୟ ଜଳ ଶକ୍ତି ପୁରସ୍କାରରେ ଗଞ୍ଜାମ ଜିଲ୍ଲାର ଶ୍ରେଷ୍ଠ ପ୍ରଦର୍ଶନ। ଚତୁର୍ଥ ଜାତୀୟ ଜଳ ଶକ୍ତି ପୁରସ୍କାରର ‘ଶ୍ରେଷ୍ଠ ଜିଲ୍ଲା’ ଶ୍ରେଣୀରେ ଏକ ନମ୍ବର ମାନ୍ୟତା ହାସଲ କରିଛି ଗଞ୍ଜାମ ଜିଲ୍ଲା । କେନ୍ଦ୍ର ସରକାରଙ୍କ ଜଳ ଶକ୍ତି ମନ୍ତ୍ରାଳୟ ପକ୍ଷରୁ ଦିଆଯାଏ ଏହି ପୁରସ୍କାର। ଗଞ୍ଜାମ ଜିଲ୍ଲାକୁ ଏହି ସମ୍ମାନଜନକ ଜାତୀୟ ପୁରସ୍କାର ମିଳିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟିମ୍ ଗଞ୍ଜାମକୁ ଅଭିନନ୍ଦନ ଜଣାଇଛନ୍ତି।

Comments are closed.