ଅଧିକ ପୁଞ୍ଜି ଆକର୍ଷିତ କରିଥିବା ରାଜ୍ୟ ମଧ୍ୟରେ ଓଡ଼ିଶା ଦ୍ୱିତୀୟ ଶ୍ରେଷ୍ଠ ରାଜ୍ୟ

ଭୁବନେଶ୍ୱର-ପୁଞ୍ଜି ନିବେଶ କ୍ଷେତ୍ରରେ ଓଡ଼ିଶା ଦେଶର ଅଗ୍ରଣୀ ରାଜ୍ୟ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବାଧୀନ ସରକାରଙ୍କ ଏକାଧିକ ପଦକ୍ଷେପ ଯୋଗୁଁ ଓଡ଼ିଆ ନିବେଶକଙ୍କ ପସନ୍ଦର ସ୍ଥାନ ପାଲଟିଛି । ରାଜ୍ୟ ସରକାରଙ୍କ ରୂପାନ୍ତରିତ ପଦକ୍ଷେପ ସୁଫଳ ଆଣିଛି । ଅଧିକ ପୁଞ୍ଜି ନିବେଶକାରୀଙ୍କୁ ଆକର୍ଷିତ କରିବା କ୍ଷେତ୍ରରେ ଓଡ଼ିଶା ବର୍ତ୍ତମାନ ଦେଶର ଦ୍ୱିତୀୟ ସ୍ଥାନରେ ରହିଛି । ସିଏମ ଆଇଇ ଦ୍ଵାରା ଜାରି ସଦ୍ୟତମ ଡାଟା ଅନୁସାରେ ପୁଞ୍ଜି ଆକର୍ଷଣ କ୍ଷେତ୍ରରେ ଓଡ଼ିଶା ଦେଶରେ ଦ୍ୱିତୀୟ ସ୍ଥାନରେ ରହିଛି । ୨୦୨୩ ଆର୍ଥିକ ବର୍ଷରେ ଓଡ଼ିଶାକୁ ୨୦.୧ ଲକ୍ଷ କୋଟି ଟଙ୍କାର ପୁଞ୍ଜି ଆସିଛି । ଏହି ସଂଖ୍ୟା ଗୁଜରାଟ, ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ , ତାମିଲନାଡୁ ଓ ଉତ୍ତର ପ୍ରଦେଶଠାରୁ ମଧ୍ୟ ଅଧିକ । ଏ କ୍ଷେତ୍ରରେ ମହାରାଷ୍ଟ୍ର୍ ପରେ ଓଡ଼ିଶା ଦ୍ୱିତୀୟ ସ୍ଥାନରେ ରହିଛି। ମହାରାଷ୍ଟ୍ରକୁ ୨୭. ୬ ଲକ୍ଷ କୋଟିର ନିବେଶ ଆସିଛି ।

ଓଡ଼ିଶା ପଛକୁ ରହିଛି ଗୁଜରାଟ । । ଗୁଜରାଟକୁ ଆସିଛି ୧୯ . ୪ ଲକ୍ଷ କୋଟିର ନିବେଶ । ୧୭.୬ ଲକ୍ଷ କୋଟି ନିବେଶ ସହ ଆନ୍ଧ୍ର ପ୍ରଦେଶ ଗୁଜରାଟ ପଛକୁ ରହିଛି।

Comments are closed.