ବର୍ଜ୍ୟ ପରିଚାଳନା ପାଇଁ ବିଏମ୍‌ସି ସହିତ ହାତ ମିଶାଇଲେ ଓୟୁଏଟି କର୍ତ୍ତୃପକ୍ଷ

ଭୁବନେଶ୍ବର: କଠିନ ବର୍ଜ୍ୟ ବସ୍ତୁ ପରିଚାଳନା ଅଧିନୀୟମ ୨୦୧୬କୁ ଭିତିକରି ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି ) ସହରକୁ ବର୍ଜ୍ୟମୁକ୍ତ କରିବା ଏବଂ ସ୍ଥାନିକ ବର୍ଜ୍ୟ ପରିଚାଳନାକୁ ଆଗେଇ ନେଇ ଏଯାବତ୍ ୩୪ ଗୋଟି ମାଇକ୍ରୋ କମ୍ପୋଷ୍ଟି ଏବଂ ୧୮ ଗୋଟି ମ୍ୟାଟେରିଆଲ ରିକଭରି ଫ୍ୟାସିଲିଟ କାର୍ଯ୍ୟକାରୀ କରିସାରିଛନ୍ତି । ଏତଦ ବ୍ୟତିତ ବର୍ଜ୍ୟ ପରିଚାଳନା ପାଇଁ ଆଧୁନିକ ତଥା ବିକାଶ ମୁଳକ ପଦକ୍ଷେପ ନେଉଛନ୍ତି ଭୁବନେଶ୍ବର ମହାନଗର ନିଗମ କର୍ତ୍ତୃପକ୍ଷ ।

ଏହି କାର୍ଯ୍ୟକୁ ଆଗେଇ ନେବାରେ ଏକ ନୂତନ ପଦକ୍ଷେପ ସରୂପ ଓଡିଶା ୟୁନିଭରସିଟି ଅଫ୍ ଏଗ୍ରୀକଲଚର ଆଣ୍ଡ ଟେକ୍ନୋଲୋଜି(ଓୟୁଏଟି) ସହିତ ଏକ ବୁଝାମଣା ପତ୍ର ସାକ୍ଷର କରିଛନ୍ତି ବିଏମ୍‌ସି କର୍ତ୍ତୃପକ୍ଷ । ଏହି ଅନୁଯାୟୀ ଓୟୁଏଟି ବିଏମ୍‌ସିକୁ ୨.୫ ଏକର ଜମି ଦେବ । ଏଥିରେ ବିଏମ୍‌ସି ପକ୍ଷରୁ
ବର୍ଜ୍ୟ ପ୍ରକ୍ରିୟାକରଣ କେନ୍ଦ୍ର କରାଯାଇ ସଂଲଗ୍ନ ଅଂଚଳରୁ ବର୍ଜ୍ୟ ସଂଗ୍ରହ ଏବଂ ପ୍ରକ୍ରିୟାକରଣ କରାଯିବ । ଯାହାର ସଂପୂର୍ଣ୍ଣ ଖର୍ଚ୍ଚ ବହନ କରିବ ବିଏମ୍‌ସି । ଏଠାରୁ ବାହାରିବାକୁ ଥିବା ‘ମୋ ଖତ’ ଓୟୁଏଟିର ଆବଶ୍ୟକତା ମେଟାଇବ ଏବଂ କେବଳ ବଳକା ଖତକୁ ବିଏମ୍‌ସି ବିକ୍ରି କରିବ । ଅନ୍ୟ ପକ୍ଷରେ ଖତର
ମାନ ଏବଂ ଏ ସଂପର୍କିତ ଗବେଷଣାକୁ ଦୃଢ କରିବାରେ ଓୟୁଏଟି ସହ ଯୋଗ କରିବେ ବୋଲି ରାଜିନାମାରେ କୁହାଯାଇଛି ।

ନିକଟରେ ‘ମୋ ଖତ’ର ଚାହିଦା ବଢିବା ଏବଂ ଭୁବନେଶ୍ବର ବ୍ୟତିତ ଅନ୍ୟ ସ୍ଥାନରେ ଏହାକୁ ବିକ୍ରୟ କରାଯିବା ମଧ୍ୟ ସହର ପାଇଁ ପ୍ରସଂଶା ଆଣିଛି । ତେବେ ଚାଲୁ ରହିଥିବା ପ୍ରୟାସ ଅନୁସାରେ ସହରରେ ଅଧିକ ଶକ୍ତି ସଂପନ୍ନ ବର୍ଜ୍ୟ ପ୍ରକ୍ରିୟାକରଣ କେନ୍ଦ୍ର ପ୍ରତିଷ୍ଠା କରାଯିବ ଏବଂ ଦିନକୁ ଦିନ ବଢୁଥିବା ବର୍ଜ୍ୟକୁ ପରିଚାଳନା କରାଯାଇ ସହରର ସଚ୍ଛତାରେ ଉନ୍ନତି ଆଣିବା ଏବଂ ବାସୋପଯୋଗିତାର ଗୁଣାତ୍ମକ ମାନ ବୃଦ୍ଧି କରିବାର ଲକ୍ଷ୍ୟ ରଖାଯାଇଛି ବୋଲି କହିଛନ୍ତି ମାନନୀୟ ମେୟର ।

ଗୋଷ୍ଠୀ ସହଭାଗିତା, ଆନୁଷ୍ଠାନିକ ସଂଯୋଜନା ଦ୍ବାରା ବର୍ଜ୍ୟ ପରିଚାଳନାରେ ଆମେ ଶୀର୍ଷରେ ପହଂଚି ପାରିବା ବୋଲି କହିଛନ୍ତି କମିଶନର ବିଜୟ ଅମୃତା କୁଲାଙ୍ଗେ । ଓୟୁଏଟି ସହିତ ହୋଇଥିବା ରାଜିନାମା ଏହାର ଏକ ନିଦର୍ଶନ

ଅତିରିକ୍ତ କମିଶନର ଶୁଭେନ୍ଦୁ କୁମାର ସାହୁଙ୍କ ଉପସ୍ଥିତିରେ ଡେପୁଟି କମିଶନର ଡକ୍ଟର ମନୋରଂଜନ ସାହୁ ବିଏମ୍‌ସି ପକ୍ଷରୁ ଚୁକ୍ତିନାମା ସ୍ୱାକ୍ଷର କରିଥିବା ବେଳେ ଓୟୁଏଟି ପକ୍ଷରୁ ସ୍ୱାକ୍ଷର
କରିଛନ୍ତି ରେଜିଷ୍ଟର ଲୋପାମୁଦ୍ରା ମହାନ୍ତି ।

Comments are closed.