ମାଟ୍ରିକ ପରୀକ୍ଷା ଫଳ : ପାସ୍ ହାର ୯୬ ଦଶମିକ ୪୦ ପ୍ରତିଶତ, କଟକ ଓ ଜଗତସିଂହପୁର ଜିଲ୍ଲାରେ ସର୍ବାଧିକ, ମାଲକାନଗିରିରେ ସର୍ବନିମ୍ନ ପାସ ହାର

କଟକ – ଚଳିତବର୍ଷର ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି । କଟକ ସ୍ଥିତ ମାଧ୍ୟମିକ ଶିକ୍ଷା ବୋର୍ଡ କାର୍ଯ୍ୟାଳୟରେ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ। ଏଥର ରେଗୁଲାର ପାସ ହାର ୯୬.୪୦ ପ୍ରତିଶତ ରହିଛି। ମଧ୍ୟାହ୍ନ ୧୨ଟା ସୁଦ୍ଧା ବୋର୍ଡ ୱେବ୍ ସାଇଟରେ ରେଜଲ୍ଟ ଉପଲବ୍ଧ ହେବ । ଏଥର କଟକ ଓ ଜଗତସିଂହପୁର ଜିଲ୍ଲାରେ ପାସ୍ ହାର ସର୍ବାଧିକ ରହିଛି । ଉଭୟ ଜିଲ୍ଲାରେ ପାସ୍ ହାର ୯୭ ଦଶମିକ ୯୯ ପ୍ରତିଶତ ଲେଖାଏଁ ର‌ହିଛି । ମାଲକାନଗିରି ଜିଲ୍ଲାରେ ପାସହାର କମ ରହିଛି । ଏହି ଜିଲ୍ଲାରେ ୯୨ ଦଶମିକ ୬୩ ପ୍ରତିଶତ ପରୀକ୍ଷାର୍ଥୀ ପାସ କରିଛନ୍ତି। ୩ ହଜାର ୨୨୨ଟି ସ୍କୁଲରେ ଶତ ପ୍ରତିଶତ ପିଲା ପାସ୍ କରିଛନ୍ତି। ଛାତ୍ରଙ୍କ ଅପେକ୍ଷା ଛାତ୍ରୀଙ୍କ ପାସ ହାର ଅଧିକ ରହିଛି।

ପରିକ୍ଷାର୍ଥୀମାନେ www. bseodisha.ac.in ସାଇଟରେ ନିଜ ରେଜଲ୍ଟ ପାଇପାରିବେ। ଏସ ଏମଏସ ମାଧ୍ୟମରେ ବି ଫଳାଫଳ ଜାଣିପାରିବେ ଛାତ୍ରଛାତ୍ରୀ। OR10 ଲେଖି ସ୍ପେଶ ଦେବାପରେ ନିଜ ରୋଲ୍ ନମ୍ବରକୁ ଟାଇପ କରି 5676750 ନମ୍ବରକୁ ପଠାଇ ପରୀକ୍ଷା ଫଳ ଜାଣିପାରିବେ।

ଏଥର ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଥିଲେ ।

Comments are closed.