ଏ ବର୍ଷ ମଧ୍ୟମାରେ ପାସ ହାର ୮୫ . ୯୪ ପ୍ରତିଶତ , ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷାରେ ୭୫ .୦୭ ପ୍ରତିଶତ ଛାତ୍ରଛାତ୍ରୀ ପାସ

ଭୁବନେଶ୍ୱର : ମାଧ୍ୟମିକ ଶିକ୍ଷା ପରିଷଦ , କଟକ ପକ୍ଷରୁ ମଧ୍ୟମା ପରୀକ୍ଷା ଫଳ ଏବଂ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଫଳ ପ୍ରକାଶ ପାଇଛି । ଚଳିତ ବର୍ଷ ମଧ୍ୟମା ପରୀକ୍ଷା ନିମନ୍ତେ ୩୬୨୭ ଜଣ ପଂଜୀକରଣ କରିଥିବାବେଳେ ୪୭୯ ଜଣ ପରୀକ୍ଷା ଦେଇନଥିଲେ । ଚଳିତ ମଧ୍ୟମା ପରୀକ୍ଷାରେ ୩୧୧୬ ଜଣ ପାସ୍‌ କରିଛନ୍ତି ।

ସେମାନଙ୍କ ମଧ୍ୟରୁ ଏ – ୧ରେ ୧୪ ଜଣ , ଏ – ୨ରେ ୫୮୯ ଜଣ , ବି – ୧ରେ ୧୦୫୧ ଜଣ , ବି – ୨ରେ ୮୩୪ ଜଣ , ସି ଗ୍ରେଡ୍‌ରେ ୪୭୫ ଜଣ , ଡି ଗ୍ରେଡ୍‌ରେ ୧୦୩ ଜଣ , ଇ- ଗ୍ରେଡ୍‌ରେ ୫୧ ଜଣ , ଏଫ୍ ଗ୍ରେଡ୍‌ରେ ୩୧ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି । ଚଳିତ ବର୍ଷ ମଧ୍ୟମା ପରୀକ୍ଷାରେ ପାସ ହାର ୮୫.୯୪ ଶତକଡ଼ା ରହିଛି ।

ସେହିପରି ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍‌ ପରୀକ୍ଷା ଦେବା ପାଇଁ ୫୦୧୮ ଜଣ ପଂଜୀକରଣ କରିଥିବାବେଳେ ୫୨୮ ଜଣ ପରୀକ୍ଷା ଦେଇନଥିଲେ । ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୩୭୪୬ ଜଣ କୃତକାର୍ଯ୍ୟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଏ – ୨ରେ ୨୧ ଜଣ , ବି – ୧ରେ ୧୬୮ ଜଣ , ବି – ୨ରେ ୭୧୬ ଜଣ , ମୁଁ ଗ୍ରେଡ୍‌ରେ ୯୧୩ ଜଣ , ଡି ଗ୍ରେଡ୍‌ରେ ୧୨୧୪ ଜଣ , ଇ ଗ୍ରେଡ୍‌ରେ ୭୨୪ ଜଣ , ଏଫ୍ ଗ୍ରେଡ୍‌ରେ ୭୦୧ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି ।

ଚଳିତ ବର୍ଷ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷାରେ ପାସ୍‌ ହାର ୭୫ .୦୭ ଶତକଡ଼ା ରହିଛି ।

Comments are closed.