ନକଲି ପ୍ରେସ ଗାଡିରୁ ଅସଲି ଗଞ୍ଜେଇ ଜବତ

କୋରାପୁଟ – କୋରାପୁଟ ଜିଲ୍ଲା ପାଡୁଆ ବଡ଼ ଦେବତା ମନ୍ଦିର ନିକଟ ଛକରୁ ଏକ ଗାଡ଼ିରୁ ପୋଲିସ ୧୫୧ କିଲୋଗ୍ରାମ ଗଞ୍ଜେଇ ଜବତ କରିବା ସହିତ ୨ ଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଦୁଇ ବ୍ୟକ୍ତି ମହାରାଷ୍ଟ୍ରର ଔରଙ୍ଗାବାଦ ଅଞ୍ଚଳର ବୋଲି ସୂଚନା ମିଳିଛି । ସେମାନେ ହେଲେ ମିଳିନ୍ଦ ଚିକତେ ଓ ଶୁଭମ ସଞ୍ଜୟ ସିନ୍ଧେ।

ଗତକାଲି ରାତିରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ସୂଚନା ମିଳିବା ପରେ କୋରାପୁଟ ଏସ୍‌ପି କୌଣସି ସୂତ୍ରରୁ ସୂଚନା ପାଇବା ପରେ ପାଡୁଆ ଥାନା ଅଧିକାରୀ ସବ୍ୟସାଚୀ ଶତପଥୀଙ୍କ ନେତୃତ୍ୱରେ ପୁଲିସର ଏକ ଟିମ୍ ବଡ଼ ଦେବତା ମନ୍ଦିର ନିକଟରେ ଗାଡ଼ିମୋଟର ଗୁଡ଼ିକୁ ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ଏକ୍ସୟୁଭି ୫୦୦ ଗାଡ଼ିକୁ ପୋଲିସ ଅଟକାଇଥିଲା। ଏହାର ଆଗ ଓ ପଛରେ ପ୍ରେସ ଲେଖା ଯାଇଥିଲା। ଯାଞ୍ଚ ବେଳେ ଗାଡ଼ି ଭିତରୁ ଗଞ୍ଜେଇ ଥାଇ ୭ଟି ଜରି ବସ୍ତା ମିଳିଥିଲା । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଗଞ୍ଜେଇ ପ୍ୟାକେଟଗୁଡ଼ିକୁ ଓଜନ କରାଯାଇଥିଲା ଓ ସେଥିରେ ୧୫୧ କେଜି ଗଞ୍ଜେଇ ଥିବା ଜଣାପଡ଼ିଥିଲା।

Comments are closed.