କାଲିଠାରୁ ୨ ହଜାର ଟଙ୍କିଆ ନୋଟ୍ ବଦଳାଇବା ପ୍ରକ୍ରିୟା

ମୁମ୍ବାଇ – ବଜାରରୁ ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ପରେ ୨ ହଜାର ଟଙ୍କିଆ ନୋଟ୍ ବଦଳାଇବାକୁ ୪ ମାସ ଅବଧି ରହିଛି । ତେଣୁ ଏହାକୁ ନେଇ ଲୋକେ ଅଯଥା ବ୍ୟସ୍ତ ହୋଇ ବ୍ୟାଙ୍କରେ ଗହଳି ନକରିବାକୁ ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି । ଆସନ୍ତାକାଲିଠୁ ବ୍ୟାଙ୍କରେ ୨ ହଜାର ଟଙ୍କିଆ ନୋଟକୁ ବଦଳାଇବା ପ୍ରକ୍ରିୟା ଆରମ୍ଭ ହେଉଛି । ଏହାପୂର୍ବରୁ ନୋଟକୁ ନେଇ ଦେଖାଦେଇଥିବା ଦ୍ୱନ୍ଦ୍ୱ ବାବଦରେ ସ୍ପଷ୍ଟୀକରଣ ଦେଇଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ।

ବ୍ୟାଙ୍କଗୁଡିକରେ ନୋଟ୍ ବଦଳାଇବାକୁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ଆରବିଆଇ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ସେପ୍ଟେମ୍ବର ୩୦ ପରେ ମଧ୍ୟ ୨ ହଜାର ଟଙ୍କିଆ ନୋଟ ବୈଧ ରହିବ ବୋଲି ସେ କହିଛନ୍ତି । ନୋଟ୍ ବଦଳାଇବା ବେଳେ କୌଣସି ତଥ୍ୟ ଦେବାକୁ ପଡିବ ନାହିଁ । କିନ୍ତୁ ୫୦ ହଜାର ଟଙ୍କାରୁ ଅଧିକ ୨ ହଜାର ଟଙ୍କିଆ ନୋଟ୍ ବଦଳାଇଲେ ତଥ୍ୟ ଦେବାକୁ ହେବ ବୋଲି ଆରବିଆଇ ଗଭର୍ଣ୍ଣର କହିଛନ୍ତି ।

Comments are closed.