ଆସନ୍ତା ୨୯ ତାରିଖରୁ ଯୁକ୍ତ ଦୁଇ ନାମଲେଖା ପ୍ରକ୍ରିୟା 

ଭୁବନେଶ୍ୱର – ଆସନ୍ତାମାସ ୨୯ ତାରିଖରୁ ଆରମ୍ଭ ହେବ ଯୁକ୍ତ ଦୁଇ ନାମଲେଖା ପ୍ରକ୍ରିୟା । ନାମଲେଖା ପାଇଁ ଖୋଲିବ ସାମ୍ସ ପୋର୍ଟାଲ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ସୂଚନା ଦେଇଛି । ରାଜ୍ୟରେ ଚଳିତ ବର୍ଷ ଦଶମ ଶ୍ରେଣୀ ପାସ୍ ହାର ଅଧିକ ରହିଛି ।

ଚଳିତବର୍ଷ ଦଶମ ଶ୍ରେଣୀରେ ରେଗୁଲାର ଓ ଏକ୍ସ-ରେଗୁଲାର ପିଲାଙ୍କୁ ମିଶାଇ ମୋଟ ୫ ଲକ୍ଷ ୮ହଜାର ୪୦୪ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ରାଜ୍ୟରେ ୨୦୬୭ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବା କନିଷ୍ଠ ମହାବିଦ୍ୟାଳୟ ଥିବାବେଳ ଯୁକ୍ତ ଦୁଇ ଶ୍ରେଣୀରେ ମୋଟ ୫ଲକ୍ଷ ୯ହଜାର ସିଟ ରହିଛି। ସେଥିରୁ କଳାରେ ୨ ଲକ୍ଷ ୭୭ ହଜାର ୩୮୮, ବିଜ୍ଞାନରେ ୧ ଲକ୍ଷ ୬୩ ହଜାର ୩୦୪, ବାଣିଜ୍ୟରେ ୪୫ ହଜାର ୩୩୨ ଏବଂ ସଂସ୍କୃତରେ ୧୩ ହଜାର ୩୩୨ଟି ଆସନ ରହିଛି ।

Comments are closed.