ପୋଲିସ ଗାଡିକୁ ପିଟିଲା ଟ୍ରକ୍, ହୋମଗାର୍ଡ ଓ ଡ୍ରାଇଭର ମୃତ

ବୌଦ୍ଧ – ବୌଦ୍ଧ ଜିଲ୍ଲା କମଳପୁର ଛକ ନିକଟରେ ସଡ଼କ ଦୁର୍ଘଟଣାରେ ୨ ଜଣ ପ୍ରାଣ ହରାଇଛନ୍ତି । ଦୁର୍ଘଟଣାରେ ୨ ଜଣ ଆହତ ହୋଇଛନ୍ତି । ଏକ ପୋଲିସ ଗାଡ଼ିକୁ ଗୋଟିଏ ଟ୍ରକ ପିଟିଛି । ଦୁର୍ଘଟଣାରେ ଡ୍ରାଇଭର ପ୍ରଶାନ୍ତ ଓ ବାଉଁଶୁଣୀ ଥାନାର ହୋମଗାର୍ଡ ଜଗନ୍ନାଥ ମେହେରଙ୍କ ମୃତ୍ୟୁ ହୋଇଛି । ୨ ଜଣ ଆହତଙ୍କ ମଧ୍ୟରେ ଜଣେ ଏଏସ ଆଇ ଓ ଜଣେ ହୋମଗାର୍ଡ ଅଛନ୍ତି । ସେମାନଙ୍କୁ ବୌଦ୍ଧ ମେଡିକାଲରେ ଭର୍ତ୍ତି କରାଯାଇଛି । କଟକରୁ ଏକ ରେସ୍କ୍ୟୁ ଅପରେସନ ସାରି ବାଉଁସୁଣି ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିଲା ।

Comments are closed.