ନୂଆ ସଂସଦ ଭବନ ଉଦଘାଟନ ଉତ୍ସବରେ ଯୋଗ ଦେବ ବିଜେଡି

ଭୁବନେଶ୍ୱର – ନୂଆ ସଂସଦ ଭବନ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ବିଜେଡି ଯୋଗ ଦେବ । ଦଳ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଆସନ୍ତା ୨୮ ତାରିଖରେ ସଂସଦ ଭବନ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଉଦ୍‌ଘାଟନୀ ଉତ୍ସବକୁ ୧୯ଟି ବିରୋଧୀ ଦଳ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ବିଜେଡି ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର କହିଛନ୍ତି ଯେ, ସଂସଦ ୧୪୦ କୋଟି ଭାରତୀୟଙ୍କ ପ୍ରତିନିଧିତ୍ବ କରେ ।

ସାମ୍ବିଧାନିକ ଅନୁଷ୍ଠାନଗୁଡ଼ିକ ସବୁ ପ୍ରସଙ୍ଗଠାରୁ ଊର୍ଦ୍ଧ୍ବରେ ବୋଲି ସେ କହିଛନ୍ତି। କୌଣସି ମତଭେଦ ଥିଲେ ତାହା ସଂସଦରେ ଆଲୋଚନା କରାଯାଇପାରେ ବୋଲି ବିଜେଡି ମୁଖପାତ୍ର ତଥା ରାଜ୍ୟସଭା ସଦସ୍ୟ କହିଛନ୍ତି।

Comments are closed.