ଆସନ୍ତା ୨୯ରୁ ଯୁକ୍ତ ଦୁଇ ନାମଲେଖା ପାଇଁ ବିଧିବଦ୍ଧ ବିଜ୍ଞପ୍ତି, ଜୁନ ୨୮ରେ ପ୍ରଥମ ମେରିଟ ଲିଷ୍ଟ

ଭୁବନେଶ୍ବର – ଏହିମାସ ୨୯ ତାରିଖରୁ ଯୁକ୍ତ ଦୁଇରେ ନାମଲେଖା ଲାଗି ଆବେଦନ ଆରମ୍ଭ ହେବ। ଆଜି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଏ ସମ୍ପର୍କରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଯୁକ୍ତ ଦୁଇରେ ନାମଲେଖା ଲାଗି ଆବେଦନର ଶେଷ ତାରିଖ ହେଉଛି ଜୁନ୍ ୨୦। ଏସଏଏମଏସ୍ ପୋର୍ଟାଲ ଜରିଆରେ ଛାତ୍ରଛାତ୍ରୀମାନେ ନାମଲେଖା ଆବେଦନ କରିପାରିବେ। ଜୁନ ୨୮ ତାରିଖରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ। ଜୁଲାଇ ୨୯ ତାରିଖରୁ ଯୁକ୍ତ ଦୁଇ ଛାତ୍ରଛାତ୍ରୀମାନଙ୍କର ପାଠପଢା ଆରମ୍ଭ ହେବ ।

Comments are closed.