ଜିଲ୍ଲା ପରିଷଦର ତୃତୀୟ ବୈଠକ

ବରଗଡ଼: ବରଗଡ଼ ଜିଲ୍ଲା ପରିଷଦର ତୃତୀୟ ବୈଠକ ଜିଲ୍ଲା ପରିଷଦର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ପରିଷଦର ଅଧ୍ୟକ୍ଷା ମାନିନୀ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଜେପୁର ବିଧାୟିକା ତଥା ରାଜ୍ୟ ହସ୍ତତନ୍ତ ବୟନ ଶିଳ୍ପ ମନ୍ତ୍ରୀ ରୀତା ସାହୁ, ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ଜିଲ୍ଲାପାଳ ମନୀଷା ବାନାର୍ଜୀ, ଜିଲ୍ଲା ପରିଷଦ ସିଇଓ ଆଦିତ୍ୟ କୁମାର ଗୋୟଲ , ସାଂସଦ ପ୍ରତିନିଧି ସୁରେଶ୍ଵର ଶତପଥୀ ପ୍ରମୁଖ ମଞ୍ଚାସୀନ ଥିଲେ। ଏଥିରେ ଗତ ବୈଠକରେ ନିଷ୍ପତ୍ତି ଗ୍ରହଣ ହୋଇ ଥିବା ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରାଯାଇଥିଲା। ସେହିପରି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ସରକାରଙ୍କ ଦ୍ଵାରା ଅନୁମୋଦିତ କାର୍ଯ୍ୟର ଅଗ୍ରଗତି ତଥା ନୂତନ କାମ ପାଇଁ ଯୋଜନା ପ୍ରସ୍ତୁତ ହୋଇ ପରିଷଦରେ ପାରିତ ହୋଇଥିଲା। ବୈଠକରେ ବିଶେଷ କରି ବିଦ୍ୟୁତ୍ ବିତରଣ କଂପାନୀ ଟିପିଡବ୍ଲୁଓଡିଏଲର ଗ୍ରାମ୍ୟ ଅଞ୍ଚଳରେ ବିଦ୍ୟୁତିକରଣ ଓ ଆବଶ୍ୟକ ଯୋଗାଣ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ସେହିପରି ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ଚାଲିଥିବା କାର୍ଯ୍ୟର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଥିଲେ। ଜଳ ସେଚନ,ଉଠା ଜଳସେଚନ,ପୂର୍ତ୍ତ ବିଭାଗ ପକ୍ଷରୁ ହେଉଥିବା ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ କରିଥିଲେ। ସେହିଭଳି ଜିଲ୍ଲା ଯୋଗାଣ ବିଭାଗ,ନାବାର୍ଡ, ଜିଲ୍ଲାର ସ୍ବାସ୍ଥ୍ୟ ସେବା,ଶିକ୍ଷା ବିଭାଗର କାର୍ଯ୍ୟ ଉପରେ ଆଲୋଚନା ହୋଇଥିଲା। ଶେଷରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ମୋହନ ଲୁହା ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.