ଗୀତା ଉପଦେଶ: ଭଗବାନଙ୍କ ଦୀପ୍ତିର କୌଣସି ତୁଳନା ନାହିଁ

ଗୀତା ଉପଦେଶ: ଭଗବାନଙ୍କ ଦୀପ୍ତିର କୌଣସି ତୁଳନା ନାହିଁ ।

ଭଗବାନ ଅର୍ଜୁନଙ୍କୁ ବିଶ୍ଵରୂପ କିପରି ଦେଖାଇଥିଲେ ସେହି କଥାକୁ ସଞ୍ଜୟ ବର୍ଣ୍ଣନା କରିଛନ୍ତି-

ଦିବି ସୂର୍ଯ୍ୟସହସ୍ରସ୍ୟ ଭବେଦ୍ୟୁଗପଦୁତ୍‌ଥିତା ।
ଯଦି ଭାଃ ସଦୃଶୀ ସା ସ୍ୟାଦ୍ଭାସସ୍ତସ୍ୟ ମହାତ୍ମନଃ ।।୧୨।।

ଅର୍ଥାତ୍ :-ସଞ୍ଜୟ ବର୍ତ୍ତମାନ ବିଶ୍ୱରୂପର ଦୀପ୍ତି ବର୍ଣ୍ଣନା କରୁଛନ୍ତି । ଏହାର ଉଜ୍ଜ୍ୱଳମୟ କାନ୍ତି ସମ୍ବନ୍ଧରେ ସାମାନ୍ୟ ଧାରଣା ଦେବା ପାଇଁ, ସେ ଏହାକୁ ମଧ୍ୟାହ୍ନ ଆକାଶରେ ଏକ ସଙ୍ଗେ ଏକ ହଜାର ସୂର୍ଯ୍ୟ ପ୍ରଜ୍ଜ୍ୱଳିତ ହେବାର କାନ୍ତି ସହିତ ତୁଳନା କରୁଛନ୍ତି । ବାସ୍ତବରେ ଭଗବାନଙ୍କର ଦୀପ୍ତି ଅସୀମ ଅଟେ, ଏହାକୁ ସୂର୍ଯ୍ୟଙ୍କର ଦୀପ୍ତି ଦ୍ୱାରା ମାପି ହେବ ନାହିଁ । ତଥାପି ଭାଷ୍ୟକାର ମାନେ ଅନେକ ସମୟରେ ଗୋଟିଏ ଅଜ୍ଞାତ ବସ୍ତୁର ବର୍ଣ୍ଣନା ଗୋଟିଏ ଜ୍ଞାତ ବସ୍ତୁ ସାହାଯ୍ୟରେ କରିଥାନ୍ତି । ଏକ ହଜାର ସୂର୍ଯ୍ୟର ଉପମା, ସଞ୍ଜୟଙ୍କର ଏହି ମନୋଭାବକୁ ପ୍ରକାଶ କରିଥାଏ ଯେ ଭଗବାନଙ୍କ ଦୀପ୍ତିର କୌଣସି ତୁଳନା ନାହିଁ ।

Comments are closed.