କୁଆଖାଇ ନଦୀରେ ବୁଡ଼ି ପ୍ରାଣ ହରାଇଲେ ଦୁଇ ଇଞ୍ଜିନିୟରିଂ ଛାତ୍ର 

ଭୁବନେଶ୍ୱର – ଭୁବନେଶ୍ବର ଉପକଣ୍ଠ ବାଲିପାଟଣା ନିକଟ କୁଆଖାଇ ନଦୀରେ ବୁଡ଼ି ପ୍ରାଣ ହରାଇଛନ୍ତି ଦୁଇ ଇଞ୍ଜିନିୟରିଂ ଛାତ୍ର। ଶନିବାର ସନ୍ଧ୍ୟାରେ ଘଟିଛି ଏହି ଦୁଃଖଦ ଘଟଣା। ମୃତ ଛାତ୍ର ହେଲେ ଭୁବନେଶ୍ବର ତମାଣ୍ଡୋ ଅଞ୍ଚଳର ସ୍ମୃତି ସୌରଭ ପ୍ରଧାନ ଓ ଅନୁଗୁଳ ରେଙ୍ଗାଲି ଅଞ୍ଚଳର ସତ୍ୟଜିତ ଦାସ। ଭୁବନେଶ୍ୱରରେ ଏକ ଇଞ୍ଜିନିୟରିଂ କଲେଜରେ ପଢୁଥିଲେ ସ୍ମୃତି ସୌରଭ ଓ ସତ୍ୟଜିତ। ସନ୍ଧ୍ୟାରେ ପ୍ରାୟ ଦୁଇ ସାଙ୍ଗ କୁଆଖାଇ ନଦୀ ବାଲିପାଟଣା ଇନ୍ଦ୍ରପାଲ ନିକଟରେ ଗାଧୋଉଥିଲା ବେଳେ ସେହି ସମୟରେ ନଦୀର ପ୍ରଖର ସୁଅରେ ଭାସି ଯାଇଥିଲେ। ଖବର ପାଇ ବାଲିଅନ୍ତା ଅଗ୍ନିଶମ କର୍ମଚାରୀମାନେ ନଦୀରେ ଖୋଜା ଖୋଜି କରିଥିଲେ। ଦୀର୍ଘ ସମୟର ସର୍ଚ୍ଚ ଅପରେସନ୍‌ ପରେ ଉଭୟଙ୍କୁ ଉଦ୍ଧାର କରାଯାଇ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେମାନଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

Comments are closed.