ସମୂହ ଛୁଟିରେ ଅମଲା, ସରକାରୀ କାର୍ଯ୍ୟ ଠପ୍

ବରଗଡ଼: ଶିକ୍ଷା ଯୋଗ୍ୟତା ଭିତ୍ତିକ ମୂଳ ଦରମା ୪୨ଶହ ଗ୍ରେଡ ପେ’ଦାବିରେ ଆଜି ରାଜ୍ୟ ମିଳିତ ଅମଳା ସଂଘ ର ଆହ୍ବାନ କ୍ରମେ ବରଗଡ଼ ଜିଲ୍ଲା ମିଳିତ ଅମଳା ସଂଘର ସଭ୍ୟ ସଭ୍ୟା ମାନେ ସମୁହ ଛୁଟି ନେବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ସୂଚନାଯୋଗ୍ୟ ଯେ, ଉକ୍ତ ଦାବି ପୂରଣ ପାଇଁ ପ୍ରତି ‌ଜିଲ୍ଲାରେ ମିଳିତ ଅମଳା ସଂଘ ପକ୍ଷରୁ ରାଜ୍ୟ ସରକାର ଙ୍କୁ ସ୍ମାରକ ପତ୍ର ପ୍ରଦାନ, ଧାରଣା, ବିକ୍ଷୋଭ ପ୍ରଦର୍ଶନ କଳା ବ୍ୟାଚ ପରିଧାନ କରି ସରକାର ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ମାତ୍ର ସରକାରଙ୍କ ପକ୍ଷରୁ କୈାଣସି ସାକାରମତ୍ମକ ପଦକ୍ଷେପ ଗ୍ରହଣ କରାନଯିବ ରୁ ଆଜି ରାଜ୍ୟ ର ମିଳିତ ଅମଳା ସଂଘ ର ସମସ୍ତ ସଭ୍ୟ ସଭ୍ୟା ମାନେ ସାମୁହିକ ଛୁଟି ନେଇଛନ୍ତି। ଆସନ୍ତା ଦିନରେ ଆନ୍ଦୋଳନକୁ ଜୋରଦାର କରିବାକୁ ଚେତାବନୀ ଦିଆଯାଇଛି। ଜିଲ୍ଲା ମିଳିତ ଅମଳା ସଂଘ ର ସଭ୍ୟ ସଭ୍ୟା ମାନେ ଏକ ଶୋଭାଯାତ୍ରାରେ ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରି ଧାରଣାରେ ବସିଥିଲେ। ମିଳିତ ଅମଳା ସଂଘର ଅଧ୍ୟକ୍ଷ ନନ୍ଦ କୁମାର ମିଶ୍ର ନେତୃତ୍ବରେ ଆବାହକ ବାଳମୁକୁନ୍ଦ ଦୀପ,ଲୋକେଶ୍ବର ସାହୁ, ରମେଶ ଚନ୍ଦ୍ର ମେହେର,ଫାଲଗୁନି ପଣ୍ଡା, ଜ୍ଞାନ ପ୍ରକାଶ ସାହୁ ସାମିଲ ଥିଲେ।

Comments are closed.