ମାଲକାନଗିରି କାଳବୖଶାଖୀ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି

ମାଲକାନଗିରି – ମାଲକାନଗିରିରେ କାଳବୖଶାଖୀ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଁ । କାଳବୈଶାଖୀ ପ୍ରଭାବରେ ଗତକାଲି ସତୀଗୁଡ଼ା ଜଳଭଣ୍ଡାରରେ ଡଙ୍ଗା ବୁଡି ନିଖୋଜ ହୋଇଯାଇଥିବା ୨ ଜଣଙ୍କ ମଧ୍ୟରୁ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି । ଜଣେ ମହିଳାଙ୍କ ମୃତଦେହ ଆଜି ସକାଳେ ଉଦ୍ଧାର ହୋଇଛି। ତାଙ୍କ ନାଁ ତୁଳସୀ ମାଢୀ । ନିଖୋଜ ଗୋବିନ୍ଦ ସରଦାରଙ୍କୁ ଉଦ୍ଧାର ଲାଗି ଅପରେସନ ଜାରି ରହିଛି।

ଗତକାଲି କାଳ ବୈଶାଖୀ ପ୍ରଭାବରେ ସହରରେ ନିର୍ମାଣାଧୀନ ଏୟାରଷ୍ଟ୍ରିପ୍ କାନ୍ଥ ଭୁଶୁଡ଼ିଯିବାରୁ ଗୁରୁତର ଆହତ ତିନି ଶ୍ରମିକଙ୍କ ମଧ୍ୟରୁ ୨ ଜଣ ପ୍ରାଣ ହରାଇଛନ୍ତି ।

Comments are closed.