ଜୁନିଅର ଏସିଆ କପ୍ ବିଜୟୀ ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ 

ଭୁବନେଶ୍ୱର – ଓମାନରେ ଖେଳାଯାଇଥିବା ଜୁନିଅର ଏସିଆ କପ୍ ହକି ଟୁର୍ଣ୍ଣାମେଣ୍ଟରେ ଚାମ୍ପିଅନ ହୋଇଥିବା ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏକ ରୋମାଞ୍ଚକର ଫାଇନାଲରେ ଭାରତ , ପାକିସ୍ତାନକୁ ହରାଇ ଚାମ୍ପିଅନ ହୋଇଛି । ଭାରତୀୟ ଦଳର ବିଜୟ ଧାରା ଆଗକୁ ମଧ୍ୟ ଜାରି ରହିବ ଓ ଦଳ ଦେଶକୁ ଗର୍ବିତ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଥିସହ ଭବିଷ୍ୟତ ପାଇଁ ଶୁଭକାମନା କରିଛନ୍ତି।

Comments are closed.