ଟ୍ରେନ ଦୁର୍ଘଟଣା ସ୍ଥଳରେ ମୁଖ୍ୟମନ୍ତ୍ରୀ, ଆଜି ଦିନିକିଆ ସରକାରୀ ଶୋକ

ବାଲେଶ୍ୱର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଲେଶ୍ୱର ଜିଲ୍ଲା ବାହାନଗା ନିକଟରେ ଘଟିଥିବା ଟ୍ରେନ୍ ଦୁର୍ଘଟଣାସ୍ଥଳରେ ପହଞ୍ଚିଛନ୍ତି । ସେଠାରେ ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ। ଏଥିସହ ବାଲେଶ୍ୱର ମେଡିକାଲକୁ କଲେଜକୁ ଯାଇ ଆହତଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ। ଦୁର୍ଘଟଣା ଯୋଗୁଁ ରାଜ୍ୟ ସରକାର ଆଜି ଦିନିକିଆ ଶୋକ ପାଳନ କରୁଛନ୍ତି । କୌଣସି ସରକାରୀ ଉତ୍ସବ ପାଳନ ହେବ ନାହିଁ। ଗତକାଲି ମୁଖ୍ୟମନ୍ତ୍ରୀ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଓ ଏସଆରସିଙ୍କୁ ଦୁର୍ଘଟଣା ସ୍ଥଳ ପଠାଇଥିଲେ । ନିଜେ ଏସଆରସି କଂଟ୍ରୋଲ ରୁମ ଯାଇ ସ୍ଥିତି ବିଷୟର ଅବଗତ ହୋଇଥିଲେ।

Comments are closed.