ବାହାନଗାରେ ଉଦ୍ଧାର କାର୍ଯ୍ୟ ଶେଷ, ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ : ରେଳ ବିଭାଗ ମୁଖପାତ୍ର

ଭୁବନେଶ୍ବର- ଦୀର୍ଘ ୧୫ ଘଣ୍ଟାର ଅଧିକ ସମୟ ପରେ ବାହାନଗା ଟ୍ରେନ୍‌ ଦୁର୍ଘଟଣାର ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି । ଏବେ ପୁନରୁଦ୍ଧାର କାମ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ରେଳ ବିଭାଗର ମୁଖପାତ୍ର ଅମିତାଭ ଶର୍ମା ।

ସେ କହିଛନ୍ତି, ୩ଟି ଟ୍ରେନ୍‌ ମଧ୍ୟରେ ଘଟିଥିବା ଏହି ଦୁର୍ଘଟଣା ଯୋଗୁ ବହୁ ବଗି ଲାଇନଚ୍ୟୁତ ହେବା ସହ ବହୁ ବଗି ଓଲଟି ପଡ଼ିଥିଲା। ଏନଡିଆରଏଫ, ଆର୍ମି, ଓଡ୍ରାଫ ଟିମ୍‌, ଅଗ୍ନିଶମ ବିଭାଗ, ସ୍ଥାନୀୟ ପୁଲିସ୍‌ ତଥା ରେଳବାଇ ପୁଲିସ୍‌ର ମିଳିତ ଉଦ୍ୟମରେ ଦୀର୍ଘ ୧୫ ଘଣ୍ଟା ପରେ ପ୍ରାୟ ଏହି ଅପରେସନ ଶେଷ ହୋଇଛି। ଏବେ ପୁନରୁଦ୍ଧାର କାମକୁ ଗୁରୁତ୍ୱ ଦିଆଯାଉଛି। ଉକ୍ତ ରୁଟ୍‌ ଦେଇ କିପରି ପୁଣି ଥରେ ସ୍ୱାଭାବିକ ଟ୍ରେନ୍‌ ଚଳାଚଳ ହୋଇ ପାରିବ ସେଥିନିମନ୍ତେ ଯୁଦ୍ଧକାଳୀନ ଭିତ୍ତିରେ କାମ ଚାଲୁଥିବା ନେଇ ଅମିତାଭ ଶର୍ମା ସୂଚନା ଦେଇଛନ୍ତି।

Comments are closed.