ଟ୍ରେନ ଟ୍ରାଜେଡି ମୃତ୍ୟୁ ସଂଖ୍ୟା ୨୮୮, ମୃତଦେହ ଚିହ୍ନଟ ବଡ଼ ଚ୍ୟାଲେଞ୍ଜ: ମୁଖ୍ୟ ଶାସନ ସଚିବ 

ଭୁବନେଶ୍ୱର – ବାହାନଗା ରେଳ ଦୁର୍ଘଟଣାରେ ୨୮୮ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଏହି ସୂଚନା ଦେଇଛନ୍ତି। ବର୍ତ୍ତମାନ ମୃତଦେହଗୁଡିକ ଚିହ୍ନଟ କରିବା ବଡ଼ ଚ୍ୟାଲେଞ୍ଜ ବୋଲି ସେ କହିଛନ୍ତି। ଏ ପର୍ଯ୍ୟନ୍ତ ୩୦ରୁ ୪୦ ମୃତଦେହ ଚିହ୍ନଟ ହୋଇଛି । କିଛି ଯାତ୍ରୀଙ୍କ ପାଖରୁ ପ୍ରମାଣପତ୍ର ଠାବ କରାଯାଇଛି । କେଉଁ ସ୍ଥାନରେ କାହାର ଚିକିତ୍ସା ଚାଲିଛି, ସେ ନେଇ ମଧ୍ୟ ତଥ୍ୟ ରହିଛି । ସମସ୍ତ ଯାତ୍ରୀଙ୍କ ପରିଚୟ ସଂଗ୍ରହ ଆମ ପାଇଁ ଚ୍ୟାଲେଞ୍ଜ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି । ବାଲେଶ୍ୱରରେ ମୃତଦେହ ରଖିବା ବ୍ୟବସ୍ଥା ବେଶୀ ନାହିଁ। ଭୁବନେଶ୍ୱରକୁ ୧୬୦ଟି ମୃତଦେହ ଅଣାଯିବ । ଚିହ୍ନଟ ହୋଇନପାରିଲେ ୪୮ ଘଣ୍ଟା ମଧ୍ୟରେ ସେଗୁଡିକ ଡିସପୋଜ୍ କରାଯିବ ବୋଲି ମୁଖ୍ୟ ସଚିବ ସୂଚନା ଦେଇଛନ୍ତି।

Comments are closed.