ପୁରୀ, ଭୁବନେଶ୍ବର ଓ କଟକରୁ କୋଲକାତାକୁ ମାଗଣା ବସ୍ ସେବା ଘୋଷଣା କଲେ ମୁଖ୍ୟମନ୍ତ୍ରୀ 

ଭୁବନେଶ୍ବର- ବାହାନଗା ଟ୍ରେନ ଦୁର୍ଘଟଣା ପରେ କୋଲକାତାକୁ ରେଳ ଚଳାଚଳ ସ୍ବାଭାବିକ ହୋଇନଥିବାରୁ ସେଠାକୁ ମାଗଣା ବସ୍ ସେବା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁରୀ, ଭୁବନେଶ୍ୱର ଏବଂ କଟକରୁ କୋଲକାତା ମାଗଣା ବସ ସେବା ଯୋଗାଇଦେବା ପାଇଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ବାଲେଶ୍ୱର ରୁଟରେ ଟ୍ରେନ୍ ଚଳାଚଳ ସ୍ୱାଭାବିକ ହେବା ପର୍ଯ୍ୟନ୍ତ ଏହି ବସ୍ ସେବା ଜାରି ରହିବ । ଏ ନେଇ ଯାହାବି ଖର୍ଚ୍ଚ ହେବ ତାହା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଖର୍ଚ୍ଚ ହେବ ।

ବାହାନଗାରେ ଟ୍ରେନ୍ ଦୁର୍ଘଟଣା କାରଣରୁ କୋଲକାତାକୁ ସାଧାରଣ ଟ୍ରେନ୍ ସେବା ବ୍ୟାହତ ହୋଇଛି । ଲୋକେ ସମସ୍ୟାର ସମ୍ମୁଖୀନ ହେଉଥିଲେ ।ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ, ଭୁବନେଶ୍ୱର ଏବଂ କଟକରୁ କୋଲକାତା ମାଗଣା ବସ୍ ସେବା ଘୋଷଣା କରିଛନ୍ତି । ପ୍ରତିଦିନ ପାଖାପାଖି ୫୦ଟି ବସ୍ ପୁରୀ, ଭୁବନେଶ୍ୱର ଓ କଟକରୁ ଯାତାୟତ କରିବ ବୋଲି ସୂଚନା ଦିଆଯାଇଛି ।

Comments are closed.