ଟ୍ରେନ ଦୁର୍ଘଟଣାରେ ସଂଶୋଧିତ ମୃତ୍ୟୁସଂଖ୍ୟା ୨୭୫, ୮୮ ମୃତଦେହ ଚିହ୍ନଟ 

ଭୁବନେଶ୍ୱର – ବାହାନଗା ଟ୍ରେନ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ସଂଶୋଧନ କରାଯାଇଛି । ଦୁର୍ଘଟଣାରେ ୨୮୮ ନୁହେଁ , ବରଂ ୨୭୫ ଜଣ ପ୍ରାଣ ହରାଇଥିବା କହିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା।ଏ ପର୍ଯ୍ୟନ୍ତ ୮୮ଟି ମୃତଦେହ ଚିହ୍ନଟ ହୋଇଛି ।‌ଆହୁରି ୧୮୭ଟି ମୃତଦେହ ଚିହ୍ନଟ ହେବାକୁ ବାକିଅଛି । ୧୮୭ଟି ମୃତଦେହ ମଧ୍ୟରୁ ୧୭୦ଟି ଭୁବନେଶ୍ବର ଅଣାଯାଇଛି। ବାକି ମୃତଦେହ ମଧ୍ୟ ବାଲେଶ୍ଵରୁ ଅଣାଯିବ। ଦୁର୍ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି।

ଏସଆରସିଙ୍କ ତଥ୍ୟ ଅନୁସାରେ ୧ ହଜାର ୧୭୫ ଆହତ ଯାତ୍ରୀଙ୍କୁ ସୋରୋ, ବାଲେଶ୍ଵର, ଭଦ୍ରକ ଓ କଟକର ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ୩୩୬ ଆହତଙ୍କୁ ଡିସଚାର୍ଜ କରାଯାଇଥିବା ବେଳେ ୩୮୨ ଜଣଙ୍କର ଚିକିତ୍ସା ଚାଲିଛି ‌

Comments are closed.