ଟ୍ରେନରେ ସର୍ଟସର୍କିଟ୍‌ରୁ ସାମାନ୍ୟ ଅଗ୍ନିକାଣ୍ଡ, ବର୍ତ୍ତିଲେ ଯାତ୍ରୀ

ବ୍ରହ୍ମପୁର: ସିକନ୍ଦରାବାଦ- ଅଗରତାଲା ସୁପରଫାଷ୍ଟ ଏକ୍ସପ୍ରେସ୍‌ରେ ଆଜି ମଧ୍ୟାହ୍ନ ପ୍ରାୟ ଗୋଟିଏ ବେଳେ ସାମାନ୍ୟ ଅଗ୍ନିକାଣ୍ଡ ଘଟିଛି। ଏସି କୋଚ୍‌ ବି୫ରେ ସର୍ଟସକିଟ୍‌ କାରଣରୁ ସାମାନ୍ୟ ନିଆଁ ଲାଗି ବଗିରେ ଧୂଆଁ ଭରି ଯାଇଥିଲା। ସେତେବେଳେ ଟ୍ରେନ୍ ବ୍ରହ୍ମପୁର ଷ୍ଟେସନ୍‌ର ୧ ନମ୍ବର୍ ପ୍ଲାଟ୍‌ଫର୍ମରେ ପ୍ରବେଶ କରୁଥିଲା। ବଗି ମଧ୍ୟରେ ଧୂଆଁ ଖେଳି ଯାଉଥିବା ଦେଖି ଭୟଭୀତ ଯାତ୍ରୀମାନେ ଟ୍ରେନ୍‌ରୁ ଓହ୍ଲାଇ ପଡ଼ିଥିଲେ। ତୁରନ୍ତ ବଗି ମଧ୍ୟରେ ଧୂଆଁ ଉଠୁଥିବା ସ୍ଥାନରେ ଅଗ୍ନି ନିର୍ବାପନ ଯନ୍ତ୍ର ପ୍ରୟୋଗ କରି ସ୍ଥିତିକୁ ନିୟନ୍ତ୍ରଣ କରାଯାଇଥିଲା। ଟ୍ରେନ୍‌ଟିକୁ ବ୍ରହ୍ମପୁର ଷ୍ଟେସନ୍‌ରେ ପ୍ରାୟ ୩୦ ମିନିଟ୍‌ କାଳ ରଖାଯାଇ ଆବଶ୍ୟକ ଯାଞ୍ଚ କରାଯାଇ ଥିଲା। ତେବେ ସବୁକିଛି ଠିକଠାକ୍ ଥିବା ଦେଖି ଟ୍ରେନ୍‌କୁ ପରବର୍ତ୍ତୀ ଷ୍ଟେସନକୁ ଛଡ଼ାଯାଇ ଥିଲା।

Comments are closed.