ବିଶ୍ୱ ଖାଦ୍ୟ ନିରାପତ୍ତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ଭୁବନେଶ୍ୱର – ଆଜି ହେଉଛି ବିଶ୍ୱ ଖାଦ୍ୟ ନିରାପତ୍ତା ଦିବସ । ଏହି ଅବସରରେ ବାର୍ତ୍ତା ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁରକ୍ଷିତ ଖାଦ୍ୟର ମହତ୍ତ୍ଵ ସଂପର୍କରେ କହିଛନ୍ତି। ସୁରକ୍ଷିତ ଖାଦ୍ୟ ପୋଷଣ ନିରାପତ୍ତା ଓ ସ୍ଥାୟୀ ଅଭିବୃଦ୍ଧି ପାଇଁ ଜରୁରୀ । ଦୁର୍ବଳ ଓ ନିଷ୍ପେସିତଙ୍କ ପାଇଁ ସ୍ୱାସ୍ଥ୍ୟକର ଖାଦ୍ୟ ନିଶ୍ଚିତ କରିବାକୁ ଓଡ଼ିଶା ସରକାର ନିରନ୍ତର ଉଦ୍ୟମ କରିଆସୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏକ ନିରାପଦ ଓ ସୁସ୍ଥ ବିଶ୍ୱ ପାଇଁ ଖାଦ୍ୟ ଶୃଙ୍ଖଳର ପ୍ରତି ପର୍ଯ୍ୟାୟରେ ସୁରକ୍ଷା ନିଶ୍ଚିତ କରିବାକୁ ଆଜିର ଦିନରେ ସଙ୍କଳ୍ପ କରିବାକୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

Comments are closed.