କଟକରେ ମଦୁଆ ଡ୍ରାଇଭର ଘଟାଇଲା ସିରିଜ୍ ଦୁର୍ଘଟଣା, ଲୋକେ କାବୁ କରି ନିସ୍ତୁକ ପିଟିଲେ

କଟକ – ମଦୁଆ ଡ୍ରାଇଭରର ହାଇଡ୍ରାମା । ଗତରାତିରେ ଜଣେ ନିଶାସକ୍ତ ଡ୍ରାଇଭର କଟକ ସହରରେ ଘଟାଇଛି ସିରିଜ୍ ଦୁର୍ଘଟଣା। ନିଶାସକ୍ତ ଅବସ୍ଥାରେ କାର୍ ଚଳାଇ ଏକାଧିକ ଗାଡ଼ିକୁ ଧକ୍କା ଦେଇଛି । ବାରବାଟୀ ଷ୍ଟାଡିଅମ, ଯୋବ୍ରା, ଚାଉଳିଆଗଞ୍ଜରେ ଏକାଧିକ ଗାଡ଼ି ସହ ଧକ୍କା ହୋଇଛି ଡ୍ରାଇଭରର କାର୍ । ଲୋକେ ରାଜେନ୍ଦ୍ର ନଗରରେ କାରକୁ ପିଛା କରି ଡ୍ରାଇଭରକୁ ଧରି ନିସ୍ତୁକ ମାଡ ମାରିଛନ୍ତି । ଏଥିସହ କାର୍‌ ଭଙ୍ଗାରୁଜା କରିଛନ୍ତି ଲୋକେ । ଡ୍ରାଇଭରକୁ ଅଟକ ରଖି ମଧୁପାଟଣା ପୋଲିସ ପଚରାଉଚରା କରିଛି ।

Comments are closed.