ଅଗ୍ନିବୀର ନିଯୁକ୍ତି ରାଲି ୨୦୨୩, ପ୍ରସ୍ତୁତି ସମୀକ୍ଷା କଲେ ଅତିରିକ୍ତ ଜିଲ୍ଲାପାଳ

ସମ୍ବଲପୁର: ଚଳିତ ମାସ ୧୬ ତାରିଖ ରୁ ୨୩ ତାରିଖ ମଧ୍ୟରେ ସମ୍ବଲପୁର ଜମାଦାରପାଲି ଏୟାରଷ୍ଟ୍ରିପ ଠାରେ ଅଗ୍ନିବୀର ନିଯୁକ୍ତି ରାଲି ଆୟୋଜିତ ହେବାକୁ ଯାଉଛି। ଏଥିରେ ସମ୍ବଲପୁର ଏଆରଓ ଏବଂ ଗୋପାଳପୁର ଅଧୀନରେ ଆସୁଥିବା ମୋଟ ୨୦ ଗୋଟି ଜିଲ୍ଲାର ପ୍ରାର୍ଥୀ ଯୋଗଦେବେ। ରାଲିକୁ ସଫଳତାର ସହ ଆୟୋଜନ ନିମନ୍ତେ ଅତିରିକ୍ତ ଜିଲ୍ଲାପାଳ ଅଜାମ୍ବର ମହାନ୍ତିଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଏସଏସ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ବୈଠକ ଅତିରିକ୍ତ ଜିଲ୍ଲାପାଳ ପ୍ରାର୍ଥୀଙ୍କ ନିମନ୍ତେ କରାଯାଉଥିବା ଟେଣ୍ଟ, ବ୍ୟାରିକେଡିଙ୍ଗ, ପାନୀୟ ଜଳ,ପରିମଳ ଏବଂ ଶୌଚାଳୟ ବ୍ୟବସ୍ଥା, ସୁରକ୍ଷା, ପବ୍ଲିସିଟି, ହେଲ୍ପ ଡେସ୍କ, ମେଡିକାଲ, ଟ୍ରାନ୍ସପୋର୍ଟ ଅଗ୍ନିଶମ ବ୍ୟବସ୍ଥା, ବିଦ୍ୟୁତ୍, ପ୍ରାଥୀଙ୍କ ଖାଇବା ବ୍ୟବସ୍ଥା, ସିସି କ୍ୟାମେରା ଇତ୍ୟାଦି ବିଷୟରେ ପୁଙ୍ଖାନୁପୁଙ୍କ ଭାବେ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କ ସହ ଆଲୋଚନା କରିଛନ୍ତି। ଯେପରି ପ୍ରାର୍ଥୀ ସମସ୍ତ ସେବା ପାଇ ପରିପାରିବ ସେଥିପ୍ରତି ପ୍ରାଥମିକ ଦେଇ କାର୍ଯ୍ୟ କରିବାକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହାନ୍ତି ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୧୩ ତାରିଖ ସୁଦ୍ଧା ସମସ୍ତ ସରିବାପାଇଁ ଅତିରିକ୍ତ ଜିଲ୍ଲାପାଳ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସମ୍ବଲପୁର ଏଆରଓ ଅନ୍ତର୍ଗତ ଅନୁଗୁଳ, ବରଗଡ଼, ବଲାଙ୍ଗୀର, ଦେଓଗଡ଼, ଢେଙ୍କାନାଳ, ଝାରସୁଗୁଡା, କେନ୍ଦୁଝର ସୁବର୍ଣ୍ଣପୁର ଏବଂ ସମ୍ବଲପୁର ଜିଲ୍ଲା ସହ ଗୋପାଳ ଏଆରଓର ୧୦ ଗୋଟି ଜିଲ୍ଲାର

ପ୍ରାର୍ଥୀ ଅଂଶଗ୍ରହଣ କରିବେ। ଏଆରଓ ସମ୍ବଲପୁର ଙ୍କ ସୂଚନା ମୁତାବକ ୧୬ ଜୁନରେ ଅଗ୍ନିବୀର(ଜିଡି) କ୍ୟାଟେଗୋରୀ ପାଇଁ ଢେଙ୍କାନାଳ ଏବଂ କେନ୍ଦୁଝର ଜିଲ୍ଲାର ପ୍ରାର୍ଥୀଙ୍କ ରାଲି ହେବାକୁ ଥିବା ବେଳେ ୧୭ ଜୁନ ରେ ଅନୁଗୁଳ, ବଲାଙ୍ଗୀର, ବରଗଡ଼, ଦେଓଗଡ଼, ଝାରସୁଗୁଡା, ସମ୍ବଲପୁର, ସୁବର୍ଣ୍ଣପୁର ଏବଂ ସୁନ୍ଦରଗଡ଼ ଜିଲ୍ଲାର ପ୍ରାର୍ଥୀଙ୍କ ରହିବ। ସେହିପରି ୧୮ ଜୁନ ରେ ସମସ୍ତ ଜିଲ୍ଲାର ପ୍ରାଥୀଙ୍କ ପାଇଁ ଅଗ୍ନିବୀର(clk/SKT/Tech/TDN(10th)/TDN(8th) କ୍ୟାଟେଗୋରୀ ରହିଛି। ୧୯ ଜୁନ ରେ ସମସ୍ତ ଜିଲ୍ଲା ପାଇଁ ମେଡିକାଲ ପରୀକ୍ଷା ରହିଛି। ସେହିପରି ୨୦ -୨୩ ଜୁନ ମଧ୍ୟରେ ଏଆରଓ ଗୋପାଳପୁର ରାଲି ଅନୁଷ୍ଠିତ ହେବ। ଆଜିର ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ନିର୍ଦ୍ଦେଶକ ଏଆରଓ ସମ୍ବଲପୁର କର୍ନେଲ ସନ୍ଦୀପ କୁମାର, ଡେପୁଟି ଏସପି ଡିଆଇବି ଜେମସ ସମଦ, ଆଞ୍ଚଳିକ ପରିଵହନ ଅଧିକାରୀ ରାମଦାସ ଟୁଡୁ, ଡେପୁଟି କମିଶନର ସମ୍ବଲପୁର ମହାନଗର ନିଗମ ଶଙ୍କର ପ୍ରସାଦ ସାହୁ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼. ପୁର୍ଣଚନ୍ଦ୍ର ସାହୁ, ଆସିଷ୍ଟାଣ୍ଟ ଇଂଜିନିୟର, ରାସ୍ତା ଓ କୋଠାବାଡ଼ି ବିନୀତ କୁମାର ଲାକ୍ରା, ଆଞ୍ଚଳିକ ସହକାରୀ ନିର୍ଦ୍ଦେଶକ ନିୟୋଜନ ଶଙ୍କର ଚରଣ ମୁର୍ମୁ ସମେତ ଲାଇନ ବିଭାଗର ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Comments are closed.