ଅନାଥ ଛାତ୍ର/ଛାତ୍ରୀଙ୍କ ପାଇଁ କ୍ୟାରିୟର କାଉଁସିଲିଂ କାର୍ଯ୍ୟକ୍ରମ ଅନୁଷ୍ଠିତ

ସମ୍ବଲପୁର: ଆଜି ଚନ୍ଦ୍ରଶେଖର ବେହେରା ଜିଲ୍ଲା ସ୍କୁଲ ଠାରେ ୨୦୨୩ ମସିହାରେ ଦଶମ ଶ୍ରେଣୀରେ ପାସ କରିଥିବା ଅନାଥ ଛାତ୍ର ଛାତ୍ରୀ ପାଇଁ କ୍ୟାରିୟର କାଉନସେଲିଂ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଜିଲ୍ଲା ପ୍ରଶାସନ ସମ୍ବଲପୁର, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ସମ୍ବଲପୁର ଏବଂ ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଇଟିଆଇ ପାଇଁ ୩୯ ଜଣ, ଡିପ୍ଲୋମା ପାଇଁ ୧୪ ଜଣ, ସାଧାରଣ ଶିକ୍ଷା ପାଇଁ ୧୧ ଜଣ ପଞ୍ଜିକରଣ କରିଛନ୍ତି। ଛାତ୍ରଛାତ୍ରୀ ମାନେ ରେଙ୍ଗାଲି ପଲିଟେକନିକ, ଆଇଟିଆଇ ହୀରାକୁଦ, ରାସନପୁର ଏବଂ ଯୁକ୍ତ ଦୁଇ କଲେଜ ମାନଙ୍କରେ ଶିକ୍ଷା ଗ୍ରହଣ କରିବେ। ବିଜୁ ଶିଶୁ ସୁରକ୍ଷା ଯୋଜନା, ସୁଦକ୍ଷ ଯୋଜନା ଏବଂ ଗ୍ରୀନ ପେସେଜ ଯୋଜନା ରେ ମାଗଣାରେ ଶିକ୍ଷା ଗ୍ରହଣ କରିବେ,ସେମାଙ୍କୁ କୌଣସି ଫି ଦେବାକୁ ପଡିବ ନାହିଁ। ସୂଚନା ଯେ, ଜିଲ୍ଲାରେ ଚଳିତ ମାଟ୍ରିକ ପରୀକ୍ଷାରେ ୬୪ ଜଣ ଅନାଥ ଛାତ୍ରଛାତ୍ରୀ ପାସ କରିଛନ୍ତି। ଆଜି ସମସ୍ତେ ଏହି କାଉନସେଲିଂ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି କାଉନସେଲିଂ କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମୁରୁଲୀଧର ବେହେରା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶୁଚିସ୍ମିତା ପଟ୍ଟନାୟକ ସମେତ ଆଇଟିଆଇ ହୀରାକୁଦ, ରାସନପୁର, ରେଙ୍ଗାଲି ସରକାରୀ ପଲିଟେକନିକ ଏବଂ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ର ଶିକ୍ଷକ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

Comments are closed.