ବାହାନଗାରେ ରହିବ ନାହିଁ କୌଣସି ଟ୍ରେନ

ଭୁବନେଶ୍ୱର – ବାହାନଗା ବଜାର ରେଳ ଷ୍ଟେସନରେ ସାମୟିକ ଭାବେ କୌଣସି ଟ୍ରେନର ରହଣି ହେବ ନାହିଁ। ପରବର୍ତ୍ତୀ ନୋଟିସ ପର୍ଯ୍ୟନ୍ତ ବାହାନଗା ଷ୍ଟେସନରେ କୌଣସି ଟ୍ରେନ୍ ରହିବ ନାହିଁ। ଜୁନ ୨ ତାରିଖରେ ଏହି ଷ୍ଟେସନରେ ଘଟିଥିବା ଭୟାବହ ଟ୍ରେନ ଦୁର୍ଘଟଣାର ସିବିଆଇ ତଦନ୍ତ ଚାଲିଥିବାରୁ ଏଠାରେ କୌଣସି ଟ୍ରେନ୍ ଅଟକିବ ନାହିଁ । ପାସେଞ୍ଜର, ମେମୁ ଓ କୌଣସି ମାଲବାହୀ ଟ୍ରେନ୍ ଅଟକିବ ନାହିଁ ବୋଲି ଦକ୍ଷିଣ ପୂର୍ବ ରେଳପଥ ସିପିଆର୍‌ଓ ଆଦିତ୍ୟ ଚୌଧୁରୀ ସୂଚନା ଦେଇଛନ୍ତି। ତଦନ୍ତକାରୀ ସଂସ୍ଥା
ରିଲେ ପ୍ୟାନେଲ୍ ସିଲ୍ ହୋଇଥିବାରୁ କୌଣସି ଟ୍ରେନ୍ ବାହାନଗାରେ ରହିବ ନାହିଁ।

Comments are closed.