କାଳବୖଶାଖୀ ବର୍ଷା ଝଡ ହେଲେ ବିଦ୍ୟୁତ କାଟ ବାଧ୍ୟ : ଶକ୍ତି ମନ୍ତ୍ରୀ

ଭୁବନେଶ୍ୱର – ରାଜ୍ୟରେ ବିଦ୍ୟୁତ କାଟ କେଉଁଠି ବି ହେଉନି । ବର୍ଷା ପବନ ହେଲେ ବିଦ୍ୟୁତ କାଟିବାକୁ ବାଧ୍ୟ । କାରଣ କାଳବୈଶାଖୀରେ ବହୁତ ସ୍ଥାନରେ ଖୁଣ୍ଟ ଉପୁଡ଼ି ଯାଉଛି । ପୁଣି ଖୁଣ୍ଟ ପୋତି ତାର ଲଗାଇବା ସମୟସାପେକ୍ଷ । ଆଖି ପିଛୁଳାକେ ଏସବୁ କାମ ହୋଇ ପାରିବନି ବୋଲି ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ କହିଛନ୍ତି। ସେ କହିଛନ୍ତି ଯେ,ଉପଭୋକ୍ତା ଯେପରି ହାରରେ ବିଦ୍ୟୁତ ବ୍ୟବହାର କରୁଛନ୍ତି, ଭିତ୍ତିଭୂମି ସେପରି ଲୋଡ୍ ସମ୍ଭାଳିବାର ଅଛି । ଯେଉଁଥିପାଇଁ ଅନେକ ସ୍ଥାନରେ ତାର କି ଟ୍ରାନ୍ସଫର୍ମର ପୋଡ଼ି ଯାଉଛି । ଏହା ରାଜ୍ୟ ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ବୋଲି କହିଛନ୍ତି ଶକ୍ତି ମନ୍ତ୍ରୀ ।

ରାଜ୍ୟ ସରକାରଙ୍କ କାମ ହେଉଛି ବିତରଣ କମ୍ପାନୀକୁ ତାଗିଦ କରି ବିଦ୍ୟୁତ ଯୋଗାଇବା । ରାଜ୍ୟ ସରକାର ଏ ନେଇ ବେଶ୍ ତତ୍ପର ଅଛନ୍ତି । କାଳବୈଶାଖୀରେ ଯାହା ଭାଙ୍ଗିବ ସରକାର ତାକୁ ଶୀଘ୍ର ଠିକ୍ କରିବାକୁ ପଦକ୍ଷେପ ନେବାରେ ହେଳା କରୁନାହାନ୍ତି ବୋଲି ମନ୍ତ୍ରୀ କହିଛନ୍ତି।

Comments are closed.