ପଶ୍ଚିମ ଓଡ଼ିଶାରେ ନିଆଁ ବର୍ଷୁଛି : ୪୪ ଡିଗ୍ରୀ ଉପରେ ୮ଟି ସହରର ତାପମାତ୍ରା, ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ

ଭୁବନେଶ୍ବର – ପ୍ରଚଣ୍ଡ ଖରା ଓ ଗୁଳୁଗୁଳିରୁ ରାଜ୍ୟବାସୀଙ୍କୁ ନିସ୍ତାର ନାହିଁ। ରାଜ୍ୟବାସୀ ଛଟପଟ ହେଉଛନ୍ତି। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ବିଳମ୍ବିତ ହୋଇଥିବାବେଳେ ଭୀଷଣ ଗରମ ଓ ଗୁଳୁଗୁଳିରେ କଲବଲ ହେଉଛନ୍ତି ରାଜ୍ୟବାସୀ । ଆଜି ରାଜ୍ୟର ୨୦ଟି ସହରର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସରୁ ଅଧିକ ରହିଛି । ପଶ୍ଚିମ ଓଡ଼ିଶାରେ ସ୍ଥିତି ଅସମ୍ଭାଳ। ଆଜି ପଶ୍ଚିମ ଓଡ଼ିଶାର ୮ଟି ସ୍ଥାନରେ ତାପମାତ୍ରା ୪୪ ଡିଗ୍ରୀ ସେଲସିୟସ ଉପରେ ରହିଥିଲା । ୪୪ ଦଶମିକ ୮ ଡିଗ୍ରୀ ସହ ଝାରସୁଗୁଡ଼ା ଆଜି ରାଜ୍ୟର ଉତ୍ତପ୍ତ ସହର ହୋଇଛି।

ସମ୍ବଲପୁର ଏବଂ ବୌଦ୍ଧରେ ୪୪.୬, ସୋନପୁରରେ ୪୪.୫, ବରଗଡ଼ରେ ୪୪.୪, ବଲାଙ୍ଗୀରରେ ୪୪.୩, ହୀରାକୁଦରେ ୪୪.୨, ସୁନ୍ଦରଗଡ଼ରେ ୪୪.୧, ଭବାନୀପାଟଣା ଓ ଟିଟିଲାଗଡ଼ରେ ୪୩.୫, ରାଉରକେଲାରେ ୪୩ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି । ରାଜଧାନୀ ଭୁବନେଶ୍ବର ଏବଂ କଟକରେ ତାପମାତ୍ରା ୩୮.୨ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି ।

Comments are closed.