ଗାରିମା ଯୋଜନାର ଭୂୟସୀ ପ୍ରଶଂସା କଲେ ତାମିଲନାଡୁ ସରକାରଙ୍କ ଟିମ୍, କିନ୍ନରଙ୍କ କାର୍ଯ୍ୟ ଶୈଳୀର ଅନୁଧ୍ୟାନ 

ଭୁବନେଶ୍ୱର – ତାମିଲନାଡୁ ସରକାରଙ୍କ ଏକ ୧୫ ଜଣିଆ ଟିମ୍ ଦୁଇ ଦିନିଆ ଓଡିଶା ଗସ୍ତରେ ଆସି ଏମଏସ୍‍ଜି, ଏସ୍‍ଡିଏ ଏବଂ କିନ୍ନରମାନଙ୍କ ସହିତ ଗୋଷ୍ଠୀ ସହଭାଗିତାରେ ଏଫଏସଟିପି ପରିଚାଳନା ବ୍ୟବସ୍ଥାର ଅନୁଧ୍ୟାନ ସହିତ ସେମାନଙ୍କ ସହ ଆଲୋଚନା କରିଛନ୍ତି । ତାମିଲନାଡୁ ପୌର ପ୍ରଶାସନର ଅତିରିକ୍ତ କମିଶନର ଆର. ଲଲିତାଙ୍କ ନେତୃତ୍ୱରେ ଆସିଥିବା ଏହି ଟିମରେ ଅତିରିକ୍ତ ନିର୍ଦ୍ଦେଶକ ଗ୍ରାମୀଣ ବିକାଶ ପ୍ରଶାନ୍ତ ଏମ.ଏସ ଆଦି ରହିଛନ୍ତି । ସେମାନେ ମଧ୍ୟ ଜଳ ସାଥୀ, ୨୪ ଘଣ୍ଟିଆ ଟ୍ୟାପ ପାଣି ଯୋଗାଣ ବିଷୟରେ ଅବଗତ ହୋଇଥିଲେ । ଭୁବନେଶ୍ୱର ଛାଡିବା ପୂର୍ବରୁ ଏହି ଟିମ୍‍ ଗତକାଲି ଖାରବେଳ ଭବନରେ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଜି. ମାଥୀ ଭାଥାନନଙ୍କ ସହ ଆଲୋଚନା କରିଥିଲେ । ଆଲୋଚନା ସମୟରେ ଦଳର ସଦସ୍ୟମାନେ ସେମାନଙ୍କର ଅନୁଭୂତି ସେୟାର କରିଥିଲେ ଏବଂ ସମସ୍ତ କାର୍ଯ୍ୟକ୍ରମରେ ଗୋଷ୍ଠୀ ସହଭାଗିତା ଏବଂ ଗାରିମା ଯୋଜନାରେ ସ୍ୱରେଜ ଟାଙ୍କିର ସୁରକ୍ଷା ଓ ସଫେଇ ନେଇ ଅତ୍ୟଧିକ ପ୍ରଭାବିତ ହୋଇଥିଲେ ।

ପ୍ରତିନିଧିମାନେ ପହଞ୍ଚିବାପରେ ଗୃହ ଓ ନଗର ଉନ୍ନୟନ ବିଭାଗର ଅଧିକାରୀଙ୍କ ସହ ଏକ ବୈଠକ କରିଥିଲେ, ଯେଉଁଥିରେ ଡିଏମଏ ମିଶନ ନିର୍ଦ୍ଦେଶକ ଏସବିଏମ ସଂଗ୍ରାମମଜିତ ନାୟକ ଅଧ୍ୟକ୍ଷତା କରିଥିଲେ । ବିଭିନ୍ନ ଲୋକ କୈନ୍ଦ୍ରିକ କାର୍ଯ୍ୟକ୍ରମ, ଏଫ୍‍ଏସଏସଏମ୍‍ ମୂଲ୍ୟ ଶୃଙ୍ଖଳା, ଗାରିମା, ଡାଇଟ୍ ପ୍ଲାଟଫର୍ମ ଏବଂ ରାଜ୍ୟରେ ସହରାଞ୍ଚଳ-ଗ୍ରାମୀଣ ସମ୍ମିଶ୍ରଣ ପାଇଁ ନିଆଯାଉଥିବା ପଦକ୍ଷେପ ସଂକ୍ରାନ୍ତରେ ଡିଏମଏ ନାୟକ ବିସ୍ତୃତ ଭାବେ ସୂଚନା ଦେଇଥିଲେ । ଏହି ବୈଠକ ପରେ ଦଳ ଭୁବନେଶ୍ୱରର ବାସୁଆଘାଇରେ ଓଡିଶା ଅର୍ବାନ ଏକାଡେମୀ ଏବଂ ଏଫ୍‍ଏସଟିପି ପରିଦର୍ଶନ କରିଥିଲେ । ସେଠାରେ ସେମାନେ କିନ୍ନର ଗୋଷ୍ଠୀ ସହିତ ଆଲୋଚନା କରିଥିଲେ ଏବଂ ଗୋଷ୍ଠୀର ନିଜସ୍ୱ କାର୍ଯ୍ୟଶୈଳୀ ଏବଂ ରକ୍ଷଣାବେକ୍ଷଣ ପ୍ରକ୍ରିୟା ସଂକ୍ରାନ୍ତରେ ପଚାରି ବୁଝିଥିଲେ ।

ଗସ୍ତର ଦ୍ୱିତୀୟ ଦିନରେ ଦଳ କଟକ ମହାନଗର ନିଗମ ପରିଦର୍ଶନ କରି ସମଗ୍ର ଡିସଲୋଡିଂ ପ୍ରକ୍ରିୟା ଅଧ୍ୟୟନ କରିଥିଲେ । ଠିକ୍ ସେହି ସମୟରେ ଜଣେ କଲର୍ ହେଲ୍ପଲାଇନ ନମ୍ବର ୧୪୪୨୦ ଡାଏଲ କରିବା ଠାରୁ ଆରମ୍ଭ କରି ଏଫଏସଟିପିରେ ମଳ ବିସର୍ଜନ ହେବା ପର୍ଯ୍ୟନ୍ତ ଅନୁଧ୍ୟାନ କରିଥିଲେ । ଗରିମା ଯୋଜନା କାର୍ଯ୍ୟକାରୀ ହେବା ପରେ ବେଆଇନ ସଫେଇ ତଥା ନିଷ୍କାସନ ରୋକିବା ପାଇଁ ପଦକ୍ଷେପ ନିଆଯିବା ଉପରେ ସିଏମ୍‍ସିର ଡେପୁଟୀ କମିଶନର ସଞ୍ଜୀବୀତା ରାୟ ସୂଚନା ଦେଇଥିଲେ । ଅପରାହ୍ନରେ ସେମାନେ ଗାରିମା ଗୃହ, ସଫେଇ କର୍ମୀଙ୍କ ବିଶ୍ରାମ ଗୃହ ପରିଦର୍ଶନ କରିଥିଲେ ଏବଂ ସ୍ୱେରେଜ୍ ଏବଂ ସେପ୍ଟିକ୍ ଟ୍ୟାଙ୍କ ସଫା କରିବାରେ ବ୍ୟବହୃତ ପିପିଇ, ସୁରକ୍ଷା ଉପକରଣ ଏବଂ ସଫେଇ ଉପକରଣର ପ୍ରଦର୍ଶନ କରାଯାଇଥିଲା । ଏହି ଦଳ ଗାରିମା ଯୋଜନା କାର୍ଯ୍ୟକାରୀ ହେବା ପରେ ସେମାନଙ୍କର ବ୍ୟକ୍ତିଗତ ତଥା ବୃତ୍ତିଗତ ଜୀବନରେ ଘଟିଥିବା ପରିବର୍ତ୍ତନଗୁଡିକ ବିଷୟରେ ବୁଝିବା ପାଇଁ ସଫେଇ କର୍ମଚାରୀଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ ।

ଆଲୋଚନା ସମୟରେ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବଙ୍କ ସହିତ ଅନ୍ୟମାନଙ୍କ ମଧ୍ୟରେ ପୌର ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ, ଅତିରିକ୍ତ ସଚିବ ଦୁର୍ଗେଶ ନନ୍ଦିନୀ ସାହୁ, ଇଆଇସି, ଓଡବ୍‍ୁଏସଏସବି, ପି.କେ.ମହାପାତ୍ର ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।

Comments are closed.