ମହିଳାଙ୍କ ମୃତ ଦେହ ଉଦ୍ଧାର, ଦୁଷ୍କର୍ମ ପରେ ପଥରରେ ଚାପି ହତ୍ୟା କରିଥିବା ସନ୍ଦେହ

ବୌଦ୍ଧ: ହରଭଙ୍ଗା ଥାନା ଅନ୍ତର୍ଗତ ଛତ୍ରଙ୍ଗ ପଞ୍ଚାୟତର ଖରଭୂଇଁ କ୍ରସର୍ ନିକଟ ଜଙ୍ଗଲରେ ରବିବାର ସକାଳୁ ଜଣେ ମହିଳାଙ୍କ ମୃତଦେହ ଦେଖିବାକୁ ମିଳିଛି । ମୃତ ମହିଳା ଜଣକ ସମ୍ପୂର୍ଣ୍ଣ ଉଲଗ୍ନ ହୋଇ ମୃତ ଅବସ୍ଥାରେ ପଡ଼ିରହିଥିବା ବେଳେ ତାଙ୍କ ଉପରେ ଏକ ପଥର ଲଦା ହୋଇଛି । ଦୁଷ୍କର୍ମ ପରେ କେହି ଦୁର୍ବୃତ୍ତ ପଥରରେ ଛେଚି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ଉକ୍ତ ମହିଳା ଜଣକ ସ୍ଥାନୀୟ ଖରଭୁଇଁ ଗ୍ରାମର ୫୦ ବର୍ଷୀୟ ଅପୂର୍ବା ସାଣ୍ଡ ବୋଲି ଜଣାପଡ଼ିଛି । ଉକ୍ତ ଗ୍ରାମର କିଛି ଲୋକ ସେହି ବାଟ ଦେଇ କୌଣସି କାମରେ ଯାଉଥିବା ବେଳେ ଆଜି ସକାଳୁ ମହିଳା ମୃତଦେହ ଦେଖି ପୁଲିସକୁ ଖବର ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ତଦନ ଆରମ୍ଭ କରୁଛି । ତେବେ ତଦନ୍ତ ପରେ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ ବୋଲି ହରଭଙ୍ଗା ଥାନା ପକ୍ଷରୁ ସୂଚନା ଦିଆଯାଇଛି ।

Comments are closed.