ପ୍ରଥମ ଥର ପାଇଁ ଜୁନିଅର ମହିଳା ଏସିଆ କପ୍ ହକିରେ ଚାମ୍ପିଅନ ହେଲା ଭାରତ

କାକାମିଗାହାରା ( ଜାପାନ ) – ଭାରତ ପ୍ରଥମ ଥର ପାଇଁ ଏସିଆ କପ୍ ଜୁନିଅର ମହିଳା ହକିରେ ଚାମ୍ପିଅନ ହୋଇଛି । ଫାଇନାଲରେ ଭାରତ ଚାରିଥରର ଚାମ୍ପିଅନ ଦକ୍ଷିଣ କୋରିଆକୁ ୨-୧ ଗୋଲରେ ହରାଇ ଟାଇଟଲ ହାସଲ କରିଛି। ସମଗ୍ର ପ୍ରତିଯୋଗିତାରେ ଅପରାଜେୟ ରହି ଚାମ୍ପିଅନ ହୋଇଛି ଭାରତ । ଆଜିର ଫାଇନାଲ ମ୍ୟାଚରେ ଭାରତ ପକ୍ଷରୁ ଅନୁ ଓ ନୀଲମ ଗୋଲ ସ୍କୋର କରିଥିଲେ। ସେମିଫାଇନାଲରେ ଭାରତ, ଜାପାନକୁ ହରାଇ ଏ ବର୍ଷ ଶେଷ ଆଡକୁ ଚିଲିର ସାଣ୍ଟିଆଗୋରେ ହେବାକୁ ଥିବା ଜୁନିଅର ବିଶ୍ୱକପ ହକି ପାଇଁ ଯୋଗ୍ୟତା ହାସଲ କରିଥିଲା । ଭାରତୀୟ ଦଳର ଏହି ଐତିହାସିକ ସଫଳତା ପାଇଁ ହକି ଇଣ୍ଡିଆ ପ୍ରତ୍ୟେକ ଖେଳାଳିଙ୍କ ପାଇଁ ୨ ଲକ୍ଷ ଟଙ୍କା ଲେଖାଏଁ ଅର୍ଥ ପୁରସ୍କାର ଘୋଷଣା କରିଛି । ଦଳର ସପୋର୍ଟ ଷ୍ଟାଫ୍ ଏକ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ପାଇବେ । କିଛି ଦିନ ତଳେ ଭାରତୀୟ ଜୁନିଅର ପୁରୁଷ ଦଳ ମଧ୍ୟ ଏସିଆ କପ୍ ଚାମ୍ପିଅନ ହୋଇଥିଲା ।

Comments are closed.