ସତ୍ୟ ଯୁଗରେ ବ୍ରହ୍ମାଙ୍କ ଦ୍ଵାରା ଶ୍ରୀ ବିଗ୍ରହ ହେଉଛନ୍ତି ଶ୍ରୀଶ୍ରୀ ଅଲାରନାଥ

ସତ୍ୟ ଯୁଗରେ ସୃଷ୍ଟି କର୍ତ୍ତା ବ୍ରହ୍ମା ଶ୍ରୀବିଷ୍ଣୁ ଙ୍କ ଶ୍ରୀ ବିଗ୍ରହ ପୂଜା କରିବା ପାଇଁ ଇଛା ପ୍ରକାଶ କରି ତପସ୍ୟା ରେ ମଗ୍ନ ରହିଲେ। ବିଷ୍ଣୁ ପ୍ରସନ୍ନ ହୋଇ ନିର୍ଦେଶ ଦେଲେ। ଆଜ୍ଞା ପାଳନ କରି ବ୍ରହ୍ମା କଳା ମୁଗୁନି ପଥରରେ ବିଷ୍ଣୁଙ୍କ ଚଳନ୍ତି ପ୍ରତିମା ନିର୍ମାଣ କରି ସେଠାରେ ପୂଜାର୍ଚ୍ଚନା କଲେ । ସେହି ପ୍ରତିମୂର୍ତ୍ତି ସମ୍ପ୍ରତ୍ତି ଅଲାରନାଥ ନାମରେ ସର୍ବତ୍ର ବିଖ୍ୟାତ । ଯେଉଁ ପର୍ବତ ଉପରେ ସେ ତପସ୍ୟା କଲେ ସେହି ସ୍ଥାନଟି ପରବର୍ତ୍ତୀ କାଳରେ ବ୍ରହ୍ମଗିରି ନାମରେ ବିଖ୍ୟାତ ହେଲା । ପରବର୍ତ୍ତୀ ସମୟରେ ସେହି ଅଞ୍ଚଳକୁ ବ୍ରହ୍ମଗିରି ବୋଲି କୁହାଗଲା । ସେହିପରି ଆଉ ଏକ ପୌରାଣିକ କଥା ଯେ, ରାଜା ଇନ୍ଦ୍ରଦ୍ୟୁମ୍ନ ରାଜତ୍ୱ କାଳରେ ସୃଷ୍ଟିକର୍ତ୍ତା ବ୍ରହ୍ମା ଶ୍ରୀମନ୍ଦିର ପ୍ରତିଷ୍ଠା ଲାଗି ମର୍ତ୍ତ୍ୟଭୂମିକୁ ଆସିଥିଲେ । ସେ ପ୍ରଥମେ ଯେଉଁ ସ୍ଥାନରେ ମର୍ତ୍ତ୍ୟଭୂମିକୁ ଓହ୍ଲାଇଲେ ସେହି ସ୍ଥାନକୁ ପରବର୍ତ୍ତୀ ସମୟରେ ବ୍ରହ୍ମଗିରି ବୋଲି କୁହାଗଲା । ସୃଷ୍ଟିକର୍ତ୍ତା ମର୍ତ୍ତ୍ୟଭୂମିରେ ପାଦ ଦେବା ପରେ ବିଷ୍ଣୁଙ୍କ ପୂଜା କରିଥିଲେ । ଯେଉଁଠାରେ ସେ ବିଷ୍ଣୁଙ୍କ ପୂଜା କରିଥିଲେ ପରବର୍ତ୍ତୀ ସମୟରେ ତାହା ଅଲାରନାଥ ନାମରେ ଖ୍ୟାତି ଅର୍ଜନ କଲା

Comments are closed.