ମୋଟର ଯାନ ଡ୍ରାଇଭର କଲ୍ୟାଣ ବୋର୍ଡ ଗଠନ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର – ରାଜ୍ୟ ସରକାରଙ୍କ ବଡ଼ ଘୋଷଣା। ମୋଟର ଯାନ ଡ୍ରାଇଭର ଓ କର୍ମଚାରୀ କଲ୍ୟାଣ ବୋର୍ଡ ଗଠନକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଣିକି ଡ୍ରାଇଭର ଓ କର୍ମଚାରୀଙ୍କ ମୃତ୍ୟୁ ହେଲେ ପରିବାରକୁ ମିଳିବ ୪ ଲକ୍ଷ ଟଙ୍କା ସହାୟତା। ଦୁର୍ଘଟଣାରେ ସ୍ଥାୟୀ ଅକ୍ଷମତା ହେଲେ ମିଳିବ ଦେଢ଼ ଲକ୍ଷ ଟଙ୍କା ସହାୟତା ଦିଆଯିବ। ଅତି ଗଭୀର ଆଘାତ ହେଲେ ୮୦ ହଜାର ଟଙ୍କା ସହାୟତା ମିଳିବ ।

ଏହାଛଡା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଓ ମଧୁବାବୁ ପେନସନ ଯୋଜନା ଆଦିରେ ସେମାନଙ୍କୁ ଯୋଗ୍ୟତା ଅନୁସାରେ ଅନ୍ତର୍ଭୁକ୍ତ କରାଯିବ । ଏହି ଯୋଜନାରେ ୫ ଲକ୍ଷରୁ ଅଧିକ ଡ୍ରାଇଭର ଏବଂ କର୍ମଚାରୀ ଉପକୃତ ହେବେ । କଲ୍ୟାଣ ବୋର୍ଡରେ ସରକାରୀ ସଦସ୍ୟଙ୍କ ସହିତ ମୋଟର ପରିବହନ ଡ୍ରାଇଭର ରହିବେ । କର୍ମଚାରୀମାନଙ୍କର ପ୍ରତିନିଧି ମଧ୍ୟ ସଦସ୍ୟ ରହିବେ ।

Comments are closed.