ଶହେ କ୍ଵିଣ୍ଟାଲ ଗଞ୍ଜେଇ ଜବତ, ଟ୍ରକ ଜବତ

ବଲାଙ୍ଗୀର: ବଲାଙ୍ଗୀର ସହରରୁ ଆଜି ପୁଣି ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଥିବା ଜଣାପଡ଼ିଛି । ସ୍ଥାନୀୟ ଭାଗୀରଥି ଛକଠାରେ ପଶ୍ଚିମବଙ୍ଗର ମାଲବାହୀ ଗାଡ଼ିରୁ ଗଞ୍ଜେଇ ଜବତ ହୋଇଛି। ଜବତ ଗଞ୍ଜେଇକୁ ସ୍ଥାନୀୟ ରିଜର୍ଭ ବ୍ୟାରେକ୍‌କୁ ଆଣି ଅଧିକ ତଦନ୍ତ ଚଳାଇଛି ବଲାଙ୍ଗୀର ପୁଲିସ। ଟ୍ରକକୁ ପୁଲିସ ଜବତ କରିଛି।

ଜବତ ହୋଇଥିବା ଗଞ୍ଜେଇ ପାଖାପାଖି ୧୦୦ କ୍ଵିଣ୍ଟାଲ ହେବ ବୋଲି ବଲାଙ୍ଗୀର ଏସ୍‌ପି ଋଷିକେଶ ଖିଲାରୀ ଓ ଏସ୍‌ଡିପିଓ ତୋଫାନ୍‌ ବାଗଙ୍କ ସୂତ୍ରରୁ ଜଣାପଡ଼ିଛି।

Comments are closed.