ବାହାନଗା ଟ୍ରେନ ଦୁର୍ଘଟଣାରେ ଆହତ ଯାତ୍ରୀଙ୍କ ମୃତ୍ୟୁ

କଟକ – ବାହାନଗା ଟ୍ରେନ ଦୁର୍ଘଟଣାରେ ଆହତ ହୋଇ ଚିକିତ୍ସିତ ହେଉଥିବା ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ଏଥିସହ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ସରକାରୀ ଭାବେ ୨୮୯କୁ ବୃଦ୍ଧି ପାଇଛି। ମୃତକ ଜଣକ କଟକ ଏସସିବିରେ ଚିକିତ୍ସିତ ହେଉଥିଲେ । ତାଙ୍କ ନାମ ବିଜୟ ପାଶ୍ୱନ ଓ ସେ ବିହାରର ବାସିନ୍ଦା ବୋଲି ସୂଚନା ମିଳିଛି। ବାହାନଗା ଟ୍ରେନ ଦୁର୍ଘଟଣା ପରଠାରୁ ଏସସିବି ଆଇସିୟୁରେ ଥିଲେ । ଏସସିବିରେ ଚିକିତ୍ସାଧୀନ ଆହତଙ୍କ ମଧ୍ୟରେ ଏହା ପ୍ରଥମ ମୃତ୍ୟୁ ବୋଲି ସୂଚନା ମିଳିଛି।

Comments are closed.