କାଳବୖଶାଖୀ ଆଣିଲା ଉପକୂଳରେ ଆଶ୍ୱସ୍ତି, ପଶ୍ଚିମରେ ଛାଡୁନି ତାତି

ଭୁବନେଶ୍ୱର – ଆଜି କାଳବୖଶାଖୀ ପ୍ରଭାବରେ କିଛି ଉପକୂଳବର୍ତ୍ତୀ ଜିଲ୍ଲାରେ ବର୍ଷା ଯୋଗୁଁ ଗରମ ଓ ଗୁଳୁଗୁଳିରୁ ସାମାନ୍ୟ ଆଶ୍ବସ୍ତି ମିଳିଥିଲେ ମଧ୍ୟ ପଶ୍ଚିମରେ ସ୍ଥିତି ଅପରିବର୍ତ୍ତିତ ରହିଛି। ଆଜି ଦିନ ୧୧ଟା ୩୦ ମିନିଟ ସୁଦ୍ଧା ରେକର୍ଡ କରାଯାଇଥିବା ତାପମାତ୍ରା ଅନୁସାରେ ଝାରସୁଗୁଡା ରାଜ୍ୟର ଉତ୍ତପ୍ତ ସହର ହୋଇଛି। ଏଠାରେ ତାପମାତ୍ରା ୪୦.୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ହୀରାକୁଦରେ ୪୦.୨, ସମ୍ବଲପୁରରେ ୩୯.୪ ଡିଗ୍ରୀ ସେଲସିୟସ ତାପମାତ୍ରା ଥିଲା । ରାଜଧାନୀ ଭୁବନେଶ୍ଵରେ ତାପମାତ୍ରା ୩୩. ୪ ଡିଗ୍ରୀ ସେଲସିୟସ ଥିଲା ।

ଆଜି ଦିନ ୧୧ଟା ୩୦ ମିନିଟ ସୁଦ୍ଧା ରେକର୍ଡ ତାପମାତ୍ରା

ଝାରସୁଗୁଡା: ୪୦.୪ ଡ଼ିଗ୍ରୀ
ହୀରାକୁଦ: ୪୦.୨ ଡ଼ିଗ୍ରୀ
ସମ୍ବଲପୁର: ୩୯.୪ ଡ଼ିଗ୍ରୀ
କେନ୍ଦୁଝର: ୩୭.୬ ଡ଼ିଗ୍ରୀ
ବାଲେଶ୍ୱର: ୩୬.୪ ଡ଼ିଗ୍ରୀ
ଭୁବନେଶ୍ୱର: ୩୩.୪ ଡ଼ିଗ୍ରୀ
ଚାନ୍ଦବାଲି: ୩୨.୬ ଡ଼ିଗ୍ରୀ
ପାରାଦୀପ: ୩୨ ଡ଼ିଗ୍ରୀ
ପୁରୀ: ୩୦.୬ ଡ଼ିଗ୍ରୀ
ଗୋପାଳପୁର: ୨୯.୮ ଡ଼ିଗ୍ରୀ

Comments are closed.