ଟ୍ରକକୁ ଧକ୍କା ଦେଲା କାର, ୫ ମୃତ, ୨ଗୁରୁତର

ବଲାଙ୍ଗୀର: ସମ୍ବଲପୁର-ବଲାଙ୍ଗୀର ମୁଖ୍ୟ ରାଜରାସ୍ତା ଛୁଇଁବନ୍ଧ ନିକଟରେ ଏକ କାର ସହ ଟ୍ରକର ଦୁର୍ଘଟଣା ଘଟିଛି । ଫଳରେ କାରରେ ବସିଥିବା ୫ ଜଣଙ୍କ ଶୋଚନୀୟ ମୃତ୍ୟୁ ଘଟିଥିବା ବେଳେ ୨ଜଣ ଗୁରୁତର ଅବସ୍ଥାରେ ବୁର୍ଲା ସ୍ଥାନାନ୍ତର କରାଯାଇଛି ।

ସୂଚନାମତେ ବଲାଙ୍ଗୀର ଜଗନ୍ନାଥପଡ଼ା ନିବାସୀ ଏକ ପରିବାର ମଙ୍ଗଳବାର ରାତି ପ୍ରାୟ ୧୧ ଟା ୧୫ ସମୟରେ ଡୁଡୁକାରୁ ବଲାଙ୍ଗୀର ନିଜ ଘରକୁ ଫେରୁଥିଲେ। ବଲାଙ୍ଗୀର ଛୁଇଁବନ୍ଧ ନିକଟରେ ଟ୍ରକକୁ କାର ପଛପଟୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ କାରରେ ଥିବା ୫ ଜଣଙ୍କ ଶୋଚନୀୟ ମୃତ୍ୟୁ ଘଟିଛି ।

ମୃତକ ମାନେ ହେଲେ ବଲାଙ୍ଗୀର ଜଗନ୍ନାଥପଡ଼ାର ମୃତକମାନେ ହେଲେ ଡାକ୍ତର ଜୟନ୍ତ ନାଏକଙ୍କ ପୁଅ ଆତ୍ମଜ ନାଏକ , ତାଙ୍କ ବିବାହିତ ଝିଅ ଇସ୍ମିତା ନାଏକ ଓ ଇସ୍ଟିତାଙ୍କ ୪ ବର୍ଷର ଝିଅ ରିଆ , ଡାକ୍ତରଙ୍କ ଶଳା ଦିସ୍ମୀରଞ୍ଜନ ସାଏ ଓ ତାଙ୍କ ୫ ବର୍ଷର ଝିଅ ଶ୍ରୀନିକା । ଅନ୍ୟ ଦୁଇ ଜଣ ଡାକ୍ତରଙ୍କ ସ୍ତ୍ରୀ ଆରତୀ ନାଏକ ଓ ତାଙ୍କ ଶଳାଙ୍କ ସ୍ତ୍ରୀ ରଶ୍ମିତା ସାଏଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲାକୁ ସ୍ଥାନାନ୍ତର କରାଯାଇଛି ।ବେଳେ ପୋଲିସ ଏ ନେଇ ଅଧିକ ତଦନ୍ତ ଜାରି ରଖିଛି।

Comments are closed.