ପଶ୍ଚିମରେ ଗ୍ରୀଷ୍ମ ପ୍ରବାହ ଜାରି, ସାଢେ ୨ଟା ସୁଦ୍ଧା ସମ୍ବଲପୁର ଉତ୍ତପ୍ତ ସହର

ଭୁବନେଶ୍ୱର- ପଶ୍ଚିମ ଓଡ଼ିଶାରେ ଜାରି ରହିଛି ଗ୍ରୀଷ୍ମ ଲହରୀ । ପ୍ରବଳ ଗରମ ଓ ଟାଣ ଖରାରେ ଲୋକେ ବ୍ୟତିବ୍ୟସ୍ତ। ଆଜି ଦିନ ୨ଟା ୩୦ ମିନିଟ ସୁଦ୍ଧା ରେକର୍ଡ କରାଯାଇଥିବା ତାପମାତ୍ରା ଅନୁସାରେ ପଶ୍ଚିମ ଓଡ଼ିଶାର ତିନିଟି ସ୍ଥାନରେ ତାପମାତ୍ରା
୪୨ ଡିଗ୍ରୀ ସେଲସିୟସ ଉପରେ ରହିଥିଲା। ୪୩ ଦଶମିକ ୨ ଡିଗ୍ରୀ ସହ ସମ୍ବଲପୁର ରାଜ୍ୟର ଉତ୍ତପ୍ତ ସହର ପାଲଟିଛି ।

ଦିନ ସାଢେ ୨ଟା ସୁଦ୍ଧା ବିଭିନ୍ନ ସ୍ଥାନରେ ରେକର୍ଡ ତାପମାତ୍ରା

ସମ୍ବଲପୁର: ୪୩.୨ ଡ଼ିଗ୍ରୀ
ଝାରସୁଗୁଡା: ୪୨.୪ ଡ଼ିଗ୍ରୀ
ହୀରାକୁଦ: ୪୨ ଡ଼ିଗ୍ରୀ
ବାଲେଶ୍ୱର: ୩୬.୬ ଡ଼ିଗ୍ରୀ
କେନ୍ଦୁଝର: ୩୫.୨ ଡ଼ିଗ୍ରୀ
ଚାନ୍ଦବାଲି: ୩୫ ଡ଼ିଗ୍ରୀ
ଭୁବନେଶ୍ୱର: ୩୪.୨ ଡ଼ିଗ୍ରୀ
ଗୋପାଳପୁର: ୩୩ ଡ଼ିଗ୍ରୀ
ପୁରୀ: ୩୨.୨ ଡ଼ିଗ୍ରୀ
ପାରାଦୀପ: ୩୨.୨ ଡ଼ିଗ୍ରୀ

Comments are closed.