ଶ୍ରୀଜିଉଙ୍କ ଅନନ୍ୟ ସେବା ଫୁଲୁରୀ ତେଲ ଲାଗି

ଅଣସର ପଞ୍ଚମୀ ତିଥିରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଫୁଲରୀ ତେଲ ଲଗାଯାଏ। ଏହି ତେଲ ଲଗାଇବା ପରେ ଶ୍ରୀଜିଉ ସ୍ନାନ ଜ୍ୱରରୁ ମୁକ୍ତି ପାଆନ୍ତି। ସେଥିପାଇଁ ଓଡ଼ିଆ ମଠ ପକ୍ଷରୁ ପ୍ରସ୍ତୁତ ଫୁଲରୀ ତେଲ ଶ୍ରୀମନ୍ଦିର ଭିତରକୁ ପଠାଯାଏ । ଯାହାକୁ ପତି ମହାପାତ୍ର ସଂସ୍କାର କରିବା ପରେ ମାଲିସ୍ କରାଯାଏ ।

ଓଡ଼ିଆ ମଠ ପକ୍ଷରୁ ଫୁଲରୀ ତେଲ ପ୍ରଦାନ କରାଯାଇଥାଏ। ହେରାପଞ୍ଚମୀ ତିଥିରେ ୨ଟି ମାଟି ନିର୍ମିତ ଘୁମାରେ ଘଣାପେଡା ରାଶିତେଲରେ ବିଭିନ୍ନ ଔଷଧୀୟ ଦ୍ରବ୍ୟ ମିଶ୍ରଣ କରାଯାଇଥାଏ। ପରେ ସେଥିରେ ଔଷଧୀୟ ଦ୍ରବ୍ୟ ସହ ଅନେକ ସୁବାସିତ ଫୁଲ ମିଶ୍ରଣ କରାଯାଇଥାଏ। ଏହି ତେଲକୁ ହେରାପଞ୍ଚମୀ ତିଥିରୁ ବର୍ଷେ ପର୍ଯ୍ୟନ୍ତ ମାଟିତଳେ ପୋତା ଯାଇ ରଖାଯାଇଥାଏ। ଗୋଟିଏ ବର୍ଷ ପରେ ଘୁମାରେ ଥିବା ତେଲକୁ ମାଟିତଳୁ କଢା ଯାଇଥାଏ। ଯାହାକୁ ଫୁଲରୀ ତେଲ ବୋଲି କୁହାଯାଇଥାଏ। ପରେ ସେହି ଫୁଲରୀ ତେଲକୁ ଶ୍ରୀମନ୍ଦିର ଭିତରକୁ ପଠାଯାଇଥାଏ। ସେଥିରେ ମହାପ୍ରଭୁ ମାଲିସ ହୋଇଥାଆନ୍ତି। ଏହି ତେଲ୍ରେ ମାଲିସ୍ ହେବା ପରେ ମହାପ୍ରଭୁ ଅଂଶରେ ସୁସ୍ଥ ହୋଇଥାନ୍ତି ବୋଲି ବିଶ୍ୱାସ ରହିଛି।

ଗତ ଦେବସ୍ନାନ ପୂର୍ଣ୍ଣିମାରେ ସ୍ନାନ ମଣ୍ଡପରେ ୧୦୮ ଗଡୁ ସୁବାସିତ ଜଳ ଲାଗି ପରେ ମହାପ୍ରଭୁ ଜ୍ୱରରେ ପଡ଼ିଥାନ୍ତି। ତେଣୁ ୧୫ ଦିନ ଅଣସର ପିଣ୍ଡିରେ ମହାପ୍ରଭୁଙ୍କୁ ଗୁପ୍ତ ସେବା କରିଥାନ୍ତି ଦଇତାପତି।

Comments are closed.