କଳିଙ୍ଗରେ ୬୨ତମ ଆନ୍ତଃରାଜ୍ୟ ସିନିୟର ଆଥଲେଟିକ୍ସ ପ୍ରତିଯୋଗିତା ଆରମ୍ଭ , କାର୍ତ୍ତିକ କୁମାରଙ୍କୁ ପ୍ରଥମ ସ୍ୱର୍ଣ୍ଣ

ଭୁବନେଶ୍ୱର – ୬୨ତନ ଆନ୍ତଃରାଜ୍ୟ ସିନିୟର ଆଥଲେଟିକ୍ସ ପ୍ରତିଯୋଗିତା ଆଜିଠାରୁ ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଛି । ୫ ଦିନ ଧରି ଚାଲିବାକୁ ଥିବା ଭାରତର ଏହି ବୃହତ ଆଥଲେଟିକ୍ସ ପ୍ରତିଯୋଗିତାରେ ଉଦୀୟମାନ ଓ ଅଭିଜ୍ଞ ଆଥଲେଟମାନେ ଭାଗ ନେଉଛନ୍ତି। ଏହି ବର୍ଷ ସେପ୍ଟେମ୍ବରରେ ଚୀନର ହାଙ୍ଗଝୁ ଏସୀୟ କ୍ରୀଡ଼ା ପୂର୍ବରୁ ଆନ୍ତଃରାଜ୍ୟ ଆଥଲେଟିକ୍ସ ପ୍ରତିଯୋଗିତା ବେଶ୍ ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି । ନିଜ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରି ଏସୀୟ କ୍ରୀଡ଼ା ପାଇଁ ଦାବି ଉପସ୍ଥାପନ କରିବାକୁ ପ୍ରତିଯୋଗୀଙ୍କ ପାଇଁ ଏହି ପ୍ରତିଯୋଗିତା ସୁଯୋଗ ଆଣିଦେଇଛି । ଆସନ୍ତାମାସରେ ଥାଇଲାଣ୍ଡରେ ହେବାକୁ ଥିବା ଏସିଆନ ଆଥଲେଟିକ୍ସ ଚାମ୍ପିଅନସିପ୍ ପାଇଁ ମଧ୍ୟ ଭାରତୀୟ ଦଳରେ ସ୍ଥାନ ପାଇବା ପାଇଁ ଆଶାୟୀମାନେ ଉଦ୍ୟମ କରିବେ । ଆନ୍ତଃରାଜ୍ୟ ଆଥଲେଟିକ୍ସ ପ୍ରତିଯୋଗିତାରେ ବୁଦାପେଷ୍ଟ ବିଶ୍ୱ ଚାମ୍ପିଅନସିପ ପାଇଁ ଯୋଗ୍ୟତା ହାସଲ କରିଥିବା ଭାରତୀୟ ପ୍ରତିଯୋଗୀଙ୍କ ପ୍ରଦର୍ଶନ ଉପରେ ବି ନଜର ରହିବ ।

ଆଜି ସକାଳୁ ପ୍ରତିଯୋଗିତା ଆରମ୍ଭ ହୋଇଛି । ଉତ୍ତର ପ୍ରଦେଶର କାର୍ତ୍ତିକ କୁମାର ଜିତିଛନ୍ତି ପ୍ରତିଯୋଗିତାର ପ୍ରଥମ ସ୍ୱର୍ଣ୍ଣ। ପୁରୁଷ ୧୦ ହଜାର ମିଟର ଦୌଡରେ ସେ ପ୍ରଥମ ସ୍ଥାନ ହାସଲ କରିବା ସହ ଏସିଆନ ଗେମ୍ସ ପାଇଁ ଯୋଗ୍ୟତା ହାସଲ କରିଛନ୍ତି। ଇଣ୍ଟରକଣ୍ଟିନେଣ୍ଟାଲ ଫୁଟବଲ ଯୋଗୁଁ ସଂଧ୍ୟାରେ କୌଣସି ଇଭେଣ୍ଟ ହେବ ନାହିଁ।

Comments are closed.