ଗୁଜରାଟ: ଭୁଶୁଡ଼ିଲା ନବନିର୍ମିତ ବ୍ରିଜ୍

ଅହମ୍ମଦାବାଦ: ଗୁଜରାଟର ତପି ଦେଇ ପ୍ରବାହିତ ମିନ୍ଦୋଲା ନଦୀ ଉପରେ ନିର୍ମିତ ବ୍ରିଜ୍ ଉଦ୍‌ଘାଟନ ପୂର୍ବରୁ ବୁଧବାର ସକାଳେ ଭୁଶୁଡ଼ି ପଡ଼ିଛି। ୨୦୨୧ରେ ୨ କୋଟି ଟଙ୍କା କାର୍ଯ୍ୟ ବ୍ୟୟରେ ଏହାର ନିର୍ମାଣ ଆରମ୍ଭ ହୋଇଥିଲା। ତେବେ ନିର୍ମାଣରେ ବ୍ୟାପକ ଦୁର୍ନୀତି ହୋଇଥ‌ିବ ସ୍ଥାନୀୟ ଲୋକ ଅଭିଯୋଗ ଆଣିଛନ୍ତି। ଅତି ନିମ୍ନମାନର ସାମଗ୍ରୀ ଲୋକେ ଅଭିଯୋଗ ଏଥିରେ ବ୍ୟବହାର କରାଯାଇଥିବା କୁହାଯାଉଛି। ତପିର ମାୟାପୁରରୁ ଦେଗାମାକୁ ସଂଯୋଗ କରିବାକୁ ଥ‌ିବା ଏହି ବ୍ରିଜ୍ ଭୁଶୁଡ଼ିବା ଫଳରେ ପ୍ରାୟ ୧୫ ଗ୍ରାମ ପ୍ରଭାବିତ ହୋଇଛି।

ଏହି ଘଟଣା ପରେ ରାଜ୍ୟ ସରକାର ଏହି ପୋଲ ନିର୍ମାଣରେ ଜଡ଼ିତ ତିନି ଇଞ୍ଜିନିୟରଙ୍କୁ ନିଲମ୍ବିତ କରିବା ସହ ଏହାର ଠିକା ନେଇଥିବା କମ୍ପାନୀ ‘ଅକ୍ଷୟ କନଷ୍ଟ୍ରକସ’କୁ କଳା ତାଲିକାଭୁକ୍ତ କରିଛନ୍ତି ।

ବ୍ରଜ୍ ଭୁଶୁଡ଼ିବା ଘଟଣାରେ ବିଜେପି-ଠିକାଦାର ମଧୁଚନ୍ଦ୍ରିକାକୁ ଦାୟୀ କରିଛି କଂଗ୍ରେସ। ବିଜେପିର ଦୁର୍ନୀତି ମଡେଲରେ ଲୋକେ ଅତିଷ୍ଠ ହୋଇଗଲେଣି ବୋଲି କଂଗ୍ରେସ ମୁଖପାତ୍ର ମନୀଷ ଦୋଶୀ କହିଛନ୍ତି । ଗତବର୍ଷ ମୋର୍ବି ଝୁଲାପୋଲ ଭୁଶୁଡ଼ିବା ଘଟଣାରେ ୧୩୨ ଜଣ ଲୋକଙ୍କ ମୃତ୍ୟୁକୁ ମନେ ପକାଇ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ରାଜ୍ୟ ସରକାର କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି ।

Comments are closed.