ଗ୍ରୀଷ୍ମ ପ୍ରବାହ ଜାରି: ପଶ୍ଚିମ ଓ ଉପକୂଳରେ ପାଗ ଅପରିବର୍ତ୍ତିତ

ଭୁବନେଶ୍ୱର – ଆଜି ବି ସାରାରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ପଶ୍ଚିମ ଓଡ଼ିଶାରେ ପାଗରେ କୌଣସି ପରିବର୍ତ୍ତନ ହୋଇନାହିଁ। ଉପକୂଳ ଓଡ଼ିଶାରେ ବି ସ୍ୱାଭାବିକଠାରୁ ଅଧିକ ରହିଛି ତାପମାତ୍ରା। ଆର୍ଦ୍ରତା ଅଧିକ ରହୁଥିବାରୁ ଉପକୂଳରେ ଅସହ୍ୟ ଗୁଳୁଗୁଳି ଜୀବନଯାତ୍ରାକୁ ପ୍ରଭାବିତ କରିଛି । ଆଜି ଦିନ ୧୧ଟା ୩୦ ମିନିଟ ସୁଦ୍ଧା ରେକର୍ଡ କରାଯାଇଥିବା ତାପମାତ୍ରା ଅନୁସାରେ ଝାରସୁଗୁଡ଼ା ସବୁଠାରୁ ଉତ୍ତପ୍ତ ସହର ଥିଲା । ଏଠାରେ ତାପମାତ୍ରା ଥିଲା ୪୩ ଦଶମିକ ୪ ଡିଗ୍ରୀ ସେଲସିୟସ। ରାଜଧାନୀ ଭୁବନେଶ୍ଵରରେ ତାପମାତ୍ରା ଥିଲା ୪୧.୬ ଡିଗ୍ରୀ ସେଲସିୟସ ।

ଆଜି ଦିନ ୧୧ଟା ୩୦ ମିନିଟ ସୁଦ୍ଧା ବିଭିନ୍ନ ସ୍ଥାନରେ ରେକର୍ଡ ହୋଇଥିବା ତାପମାତ୍ରା
ଝାରସୁଗୁଡା: ୪୩.୪ ଡ଼ିଗ୍ରୀ
ସମ୍ବଲପୁର:୪୨.୪ ଡ଼ିଗ୍ରୀ
ଭୁବନେଶ୍ୱର: ୪୧.୬ ଡ଼ିଗ୍ରୀ
ହୀରାକୁଦ: ୪୧.୬ ଡ଼ିଗ୍ରୀ
କେନ୍ଦୁଝର: ୩୯ ଡ଼ିଗ୍ରୀ
ଚାନ୍ଦବାଲି: ୩୮.୪ ଡ଼ିଗ୍ରୀ
ଗୋପାଳପୁର: ୩୭.୫ ଡ଼ିଗ୍ରୀ
ବାଲେଶ୍ୱର: ୩୬.୨ ଡ଼ିଗ୍ରୀ
ପୁରୀ: ୩୬ ଡ଼ିଗ୍ରୀ
ପାରାଦୀପ: ୩୩.୬ ଡ଼ିଗ୍ରୀ

Comments are closed.