ଆଜିଠୁ ‘ମୋ ଘର’ ଋଣ ଆବେଦନ ପ୍ରକ୍ରିୟା

ଭୁବନେଶ୍ୱର – ରାଜ୍ୟ ସରକାରଙ୍କ `ମୋ ଘର’ ପାଇଁ ଆଜିଠୁ ଋଣ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । rhodisha. gov. in/ moghara ଓ୍ବେବସାଇଟ ମାଧ୍ୟମରେ ଋଣ ପାଇବା ପାଇଁ ଆଗ୍ରହୀ ବ୍ୟକ୍ତି ଆବେଦନ କରିପାରିବେ। ‘ମୋ ସେବା’ କେନ୍ଦ୍ର ମାଧ୍ୟମରେ ମଧ୍ୟ ଋଣ ଆବେଦନ କରିବା ବ୍ୟବସ୍ଥା ରହିଛି।
ଆବେଦନ କରିବା ସମୟରେ ଆବେଦନକାରୀ ନିଜ ନାମରେ ଥିବା ଘରବାଡ଼ି ରେକର୍ଡ ଜମିପଟ୍ଟା, ଆଧାର କାର୍ଡ ଯେକୌଣସି ପରିଚୟ ପତ୍ର ଦେବାକୁ ପଡ଼ିବ । ଯୋଗ୍ୟ ହିତାଧିକାରୀଙ୍କୁ ରାଜ୍ୟ ସରକାର ଘର ନିର୍ମାଣ ପାଇଁ ଆର୍ଥିକ ସହାୟତା ଯୋଗାଇଦେବେ । ସବୁଠାରୁ ବଡ଼ କଥା ହେଉଛି ଆବାସ ଘର ଖଣ୍ଡିଏ ପାଇବା ପାଇଁ ଯେଉଁ ମାନଦଣ୍ଡ ଥିଲା, ମୋ ଘର ଯୋଜନାରେ ତାକୁ ବହୁ ମାତ୍ରାରେ କୋହଳ କରାଯାଇଛି ।

‘ମୋ ଘର’ ଯୋଜନାରେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ପାଇପାରିବେ ହିତାଧିକାରୀ । ପ୍ରଥମ ବର୍ଷ ରିହାତି ଅବଧି ବାଦ ପରବର୍ତ୍ତୀ ୧୦ ବର୍ଷ ମଧ୍ୟରେ ହିତାଧିକାରୀ ଋଣ ପରିଶୋଧ କରିବେ। ବଡ଼ କଥା ହେଲା ୩୦ ହଜାରୁ ୭୦ ହଜାର ଟଙ୍କା ଯାଏ ସବସିଡି ପାଇପାରିବେ ହିତାଧିକାରୀ । ପରିବାର କଚ୍ଚା ଘରେ କିମ୍ବା ଗୋଟିଏ କୋଠରୀ ଥିବା କଂକ୍ରିଟ୍ ଛାତ ଘରେ ରହୁଥିଲେ ଯୋଜନାର ଲାଭ ପାଇବେ।

Comments are closed.