ଭୁବନେଶ୍ୱର – ସ୍କୁଲ ଖରାଛୁଟି ଅବଧି ଆଉ ଦୁଇଦିନ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ସ୍କୁଲ ଏବେ ୧୯ ତାରିଖ ପରିବର୍ତ୍ତେ ୨୧ ତାରିଖରେ ଖୋଲିବ । ଏ ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଛୁଟି ଅବଧିକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର।
ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏପ୍ରିଲ ୨୧ ତାରିଖରୁ ଆଗୁଆ ସ୍କୁଲ ଖରାଛୁଟି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବରୁ ମେ’ ୫ରୁ ଜୁନ୍ ୧୭ ଯାଏଁ ଖରା ଛୁଟି ଘୋଷଣା କରାଯାଇଥିଲା । ହେଲେ ଗ୍ରୀଷ୍ମ ପ୍ରବାହ ପାଇଁ ନିର୍ଦ୍ଧାରିତ ତାରିଖର ୧୫ ଦିନ ପୂର୍ବରୁ ଖରାଛୁଟି କରାଯାଇଥିଲା । ଅଧିକ ଦିନ ଛୁଟି ଯେପରି ପାଠପଢାକୁ ପ୍ରଭାବିତ ନକରେ, ସେଥିପାଇଁ ଅବକାଶକାଳୀନ ଶିକ୍ଷା ବା ସମର କୋର୍ସ ପାଇଁ ସ୍ବତନ୍ତ୍ର ସିଲାବସର ବ୍ୟବସ୍ଥା କରିଥିଲା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ଆସନ୍ତା ୧୯ ତାରିଖରେ ସ୍କୁଲ ଖୋଲିବାର ଥିଲା । ମାତ୍ର ଏବେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ୨ ଦିନ ଛୁଟି ବଢାଯାଇଛି ।
Comments are closed.